tur
shyamlal

ଆଗାମୀ ୭ ତାରିଖରୁ ଇନ୍ଦ୍ରାବତୀରୁ ରବି ଜଳସେଚନର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ମୁଖିଗୁଡ଼ା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଆଗାମୀ ରବି ଚାଷ ପାଇଁ ଜାନୁଆରି ୭ ତାରିଖରୁ ଜଳ ସେଚନ ଆରମ୍ଭ କରାଯାଇ ଜିଲ୍ଲାର ମୋଟ ୫୩ ୩୭୪ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ ରଖାଯାଇଛି । ତତ୍ ସହିତ ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ବ୍ୟବସ୍ଥାରେ ରବି ଜଳ ସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଜଳ ଭଣ୍ଡାର ମଧ୍ୟରେ ଗତ ବର୍ଷ ତୁଳନାରେ ପାଖା ପାଖି ଦୁଇ ମିଟର କମ ପାଣି ଗଚ୍ଛିତ ଥିବାରୁ ରବି ଜଳ ସେଚନକୁ ସଙ୍କୁଚିତ କରାଯାଇ ଉଭୟ ବାମ ଓ ଦକ୍ଷିଣ କେନାଲରେ ୫୩ ୩୭୪ ହେକ୍ଟର ଜମିରେ ରବି ଜଳ ସେଚନ ହେବାକୁ ବିଭାଗ ସୂତ୍ରରୁ ପ୍ରକାଶ । ତନ୍ମଧ୍ୟରୁ ଜୟପାଟଣା ବ୍ଲକ ୫୬ଟି ଗ୍ରାମର ୧୩, ୭୮୫ହେକ୍ଟର, କଲମପୁର ବ୍ଲକ ୪୮ଟି ଗ୍ରାମର ୮୮୪୪.୨୧, ଜୁନାଗଡ ବ୍ଲକ ୧୩୬ଗ୍ରାମର ୨୧,୭୨୮, କୋକସରା ବ୍ଲକ ୧୦ଟି ଗ୍ରାମର ୨୧୧୦ ହେକ୍ଟର ଓ ଧର୍ମଗଡ ବ୍ଲକର ୪୬ଟି ଗ୍ରାମର ୬୯୦୫ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ ରଖାଯାଇଥିବା ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଜଳ ସେଚନକୁ ସଂପୃକ୍ତ ଅଂଚଳରେ ଅବାଧ ରଖିବା ପାଇଁ ବିଦ୍ୟୁତ୍ ଉତ୍ପାଦନକୁ ସଙ୍କୁଚିତ କରାଯାଇଥିଲା । ଶନିବାର ସୁଦ୍ଧା ଜଳ ଭଣ୍ଡାରର ଜଳ ପତ୍ତନ ୫୦.୯୮ପ୍ରତିଶତକୁ ଛୁଇଁ ଥିବା ସୂଚନାରୁ ପ୍ରକାଶ ।

Leave A Reply

Your email address will not be published.