ଖେଲଉର ପଂଚାୟତ ପକ୍ଷରୁ ଖୋଲିଲା ଜଳଛତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଚଣ୍ଡ ଗୀଷ୍ମ ପ୍ରବାହ ସାଙ୍ଗକୁ ରୋଦ୍ରତାପର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏସବୁକୁ ଦୃଷ୍ଟିରେ ରଖି ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଖେଲଉର ପଂଚାୟତର ବ୍ରାହ୍ମଣତରାବୋଇ ଛକ ନିକଟରେ ଖେଳଉର ପଂଚାୟତ ପକ୍ଷରୁ ଜଳଛତ୍ର ଖୋଲାଯାଇଛି । ଏହି ଜଳଛତ୍ର ଖୋଲିବା ଦ୍ୱାରା ପିପିଲି ଡେଲାଙ୍ଗ ରାସ୍ତାରେ ଯାଉଥିବା ବାଟୋଇ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦାମାନେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ସରପଂଚ କହିଛନ୍ତି । ମଙ୍ଗଳବାର ଏହି ଜଳଛତ୍ରକୁ ଖେଲଉର ପଂଚାୟତର ସରପଂଚ ସ୍ନେହଲତା ସାହୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସରପଂଚଙ୍କ ପ୍ରତିନିଧି କାଶିନାଥ ସାହୁ, ନାଏବ ସରପଂଚ ଶଶିଭୁଷଣ ମଲ୍ଲିକ, ହିଂମାଶୁ ମୁଦୁଲି, ସଂଗ୍ରାମ ପରିଡା, ଦାମୋଦର ପରିଡା, ବିଶ୍ୱନାଥ ସାହୁ, ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.