oum

ବାପାଙ୍କୁ ଛୁରୀ ଭୁସି ହତ୍ୟା କଲା ପୁଅ

jsm

ମଞ୍ଚେଶ୍ୱର : ସମ୍ଭ୍ରାନ୍ତ ପରିବାରରେ ଅଭାବନୀୟ ଘଟଣା । ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ବାପାଙ୍କୁ ଛୁରୀ ଭୁସି ହତ୍ୟା କଲା ପୁଅ । ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର୍‌ ଡିଏଚ୍‌ପିଏଲ୍ ନାମକ ଏକ ଆପାର୍ଟମେଣ୍ଟରେ ଏହି ହତ୍ୟାକାଣ୍ଡ ଘଟିଛି । କୌଣସି କାରଣରୁ ବାପା ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା କୁହାଯାଉଛି । ମୃତକ ହେଲେ ସୁନୀଲ ଚୌଧୁରୀ ଏବଂ ଅଭିଯୁକ୍ତ ପୁଅ ହେଲେ ଅନିରୁଦ୍ଧ ଚୌଧୁରୀ । ରାତି ପ୍ରାୟ ୩ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀଙ୍କୁ ଗିରଫ କରିଛି ।

Leave A Reply

Your email address will not be published.