om academy

ସୀମାରେ ନକ୍ସଲଙ୍କ ବର୍ବର ହତ୍ୟାକାଣ୍ଡ : ସରପଂଚଙ୍କ ସ୍ୱାମୀ ଓ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା

jsm

ମାଲକାନଗିରି : ଛତିଶଗଡ-ଓଡିଶ ସୀମା ସବୁ ସମୟରେ ଚର୍ଚ୍ଚାରେ ଥାଏ । ମାଓବାଦୀ ସୁରକ୍ଷା ବାହିନୀ ମଧ୍ୟରେ ଯୁଦ୍ଧ ଚାଲିଥାଏ । ମାଲକାନଗିରି ସୀମା ପଡୋଶୀ ରାଜ୍ୟର ଛତିଶଡର ବିଜାପୁର ଏବଂ ଦନ୍ତେୱାଡା ଜିଲ୍ଲାରେ ମାଓବାଦୀମାନେ ବର୍ବର ହତ୍ୟାକାଣ୍ଡ ଘଟାଇଥିବା ଖବର ମିଳିଛି । ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ବିରୋଧ କରନ୍ତି ନକ୍ସଲ । ପୁଲିସ୍‌ ଇନର୍ଫମର ଭାବି ବିଜାପୁରର ଗାଂଗଲୁର ଥାନାରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ବେଳେ ସରପଂଚଙ୍କ ସ୍ୱାମୀ ସନ୍ତୋଷ କଶ୍ୟପଙ୍କୁ ହତ୍ୟା କରିଛନ୍ତି । ଅନ୍ୟପଟେ ସୁରକ୍ଷା ବାହିନୀଙ୍କ ଗାଡି ଟାଟାସୁମୋକୁ ବାସଗୁଡାଠାରୁ ତରେମକୁ ଯାଇଥିବା ଏକ ଜଙ୍ଗଲିଆ ରାସ୍ତାରେ ଲ୍ୟାଣ୍ଡମାଇନ୍‌ସ୍‌ ସାହାଯ୍ୟରେ ଉଡେଇ ଦେଇଛନ୍ତି । ଫଳରେ ଗାଡିରେ ବସିଥିବା ୨ ଜଣ ବ୍ୟାକ୍ତିଙ୍କୁ ଗୁରୁତର ଅବସ୍ଥାରେ ବାସୁଗୁଡା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଯାଇଛି । ତେବେ ଏସ୍‌ପି କମଲଲୋଚନ କଶ୍ୟପ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.