ଢେଙ୍କାନାଳ ସଦର, (ତାପସ ଦାସ) : ଦିନକୁ ଦିନ ଜଙ୍ଗଲ ବିନାଶ ହେତୁ ଜଙ୍ଗଲରେ ନ ରହିପାରି ହାତୀମାନେ ଗାଁ ମୁହାଁ ହେଉଛନ୍ତି । ଆଜି ଏକ ହାତୀ ଗରମ ସହ୍ୟ ନ କରିପାରି ଢେଙ୍କାନାଳ ଠାରୁ ଖୁରୁଣ୍ଟି ରାସ୍ତାର ଜଙ୍ଗଲରୁ ବାହାରି ଯିବା ବାଟରେ ଲୋକମାନଙ୍କୁ ଖାତିର ନ କରି ରାସ୍ତା ପାଖରେ ଥିବା ଏକ ଗାଡିଆରେ ଗାଧୋଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସରକାର ହାତୀମାନଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ହାତୀମାନେ ଜଙ୍ଗଲ ଛାଡି ଗାଁ ଅଭିମୁଖେ କାହିଁକି ମୁହାଁଉଛନ୍ତି ବୋଲି ଜନସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।