ଷ୍ଟୋଭ ଫାଟି ୨ ଗୁରୁତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଷ୍ଟୋଭ ଫାଟି ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତି କେଳାସାହିରେ ଷ୍ଟୋଭ ଜଳାଇବା ବେଳେ ହଠାତ୍ ତାହା ଫାଟି ଯାଇଥିଲା । ଫଳରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣ ହେଲେ ମିଲୁ ମହାରଣା ଓ ମନୋଜ ସ୍ୱାଇଁ । ଗୁରୁତର ଦୁଇ ଜଣଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.