oom

ଗ୍ୟାସ୍‌ ସିଲିଣ୍ଡର ଫାଟି ୬ ଜଣ ଗୁରୁତର, ସମସ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର

jsmm

ବେଲପଡା, (ଅଶୋକ କୁମାର ବାଗ) : ବେଲପଡା ଥାନା ଅନ୍ତର୍ଗତ କାନୁଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ କାନୁଟ ଗ୍ରାମର ଉପରପଡାଠାରେ ମହେ ଅଦାଙ୍କ ଘରେ ସମସ୍ତେ ମିଶି ଟିଭି ଦେଖୁଥିବା ସମୟରେ ଘରେ ଥିବା ଗ୍ୟାସ ଟାଙ୍କି ଫାଟିଯିବା ଯୋଗୁଁ ଭୈରବୀ ଆଦା, ମହେ ଅଦା, ଡିଟି ଅଦା, ଭାଗ୍ୟ ଅଦା, ମାଳତୀ ମହାକୁଡ଼ ଓ ଅନ୍ୟ ଜଣେ ଜଳିଯାଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ କଂଟାବାଞ୍ଜି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ନିଆଁ ଚାରିଆଡେ଼ ବ୍ୟାପିଯାଇଥିଲା । ନିଆଁ ଲାଗି ଘରର ଆସବାପତ୍ର ଓ ଅନ୍ୟ ଜିନିଷ ପୋଡିଯାଇଥିବା ଜଣାପଡିଛି । କେଉଁ କାରଣରୁ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ଘଟିଛି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

jittmm
Leave A Reply

Your email address will not be published.