କଲେଜ ଛାତ୍ରୀଙ୍କୁ ଅପହରଣ କରି ଯୁବକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ପରିବାର ଲୋକେ ସଇଁତଲା ଥାନାରେ ଲିଖିତ ଅଭିଯୋଗକୁ ଭିତ୍‌ତ୍ତି କରି ଥାନା କେସ ନଂ ୩୧୦/୨୪ କ୍ରମେ ଦଫା ୧୩୭(୨)ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଛି । ଗିରଫ ଅଭିଯୁକ୍ତ ନରେଶ ଗହୀର (୧୯) ଡେଙ୍ଗ ପଞ୍ଚାୟତର ବିଜାପଦର ଗାଁର ବୋଲି ଜଣାପଡିଛି କ୍ଷ ପ୍ରକାଶ ଯେ, ଗତ ୧୯ ତାରିଖ ଦିନ ବୁର୍ଡା ଗାଁର ଜୈନିକା ଯୁବତୀ ନିକି (ଛଦ୍ମନାମ) ସଇଁତଲା କଲେଜକୁ ପାଠ ପଢିବାକୁ ଆସିଥିଲେ । ହେଲେ ସନ୍ଧ୍ୟାକୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ନ ମିଳିବାରୁ ସଇଁତଲା ଥାନାର ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ଘଟଣା ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱବଧାନରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ପରେ ବିଜାପଦର ଗାଁର ନରେଶ ଅପହରଣ କରି ନେଇଯାଇଥିବା ପୋଲିସ ଜାଣିବାକୁ ପାଇଁ ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା । ଉକ୍ତ ମାମଲାକୁ ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.