oom

କେଜିବିଭିରେ ସୁରକ୍ଷା କମିଟି ଗଠିତ

jsmm

ଚିକିଟି : ଆଜି ଚିକିଟି ବ୍ଲକ ରାମଚନ୍ଦ୍ରପୁର ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ଏକ ସୁରକ୍ଷା କମିଟି ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତା ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ତହସିଲଦାର ବିଶ୍ୱ ରଞ୍ଜନ କହଁର, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ, ଚିକିଟି ଗୋଷ୍ଠି ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ, ସ୍କୁଲ ପରିଚାଳନା ସଭାପତି, କେ ନୂଆଗାଁ ଥାନା ପୁଲିସ, ସମଗ୍ର ଶିକ୍ଷାର ଯନ୍ତ୍ରୀ, ରାଜ ଲକ୍ଷ୍ମୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ସିଆରସିସି ଅରୁଣ ପଣ୍ଡା, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ, ସ୍ଥାନୀୟ ସରପଞ୍ଚ, ୱାର୍ଡେନ, ଦୁଇଜଣ ଛାତ୍ରୀ ଯଥା ସୁରତି ଶବର ଓ ସ୍ମୃତି ନାଇକ କମିଟିରେ ମନୋନୀତ ହୋଇଛନ୍ତି । ହଷ୍ଟେଲରେ ଯେମିତି ରାଗିଂ ନହେବ, ଝିଅ ମାନେ ଚିକିଟିଗଡ଼ ଯାଇ କିପରି ସୁରକ୍ଷିତ ଭାବେ ପାଠ ପଢି ଫେରିବେ, ଉନ୍ନତ ମାନର ସୁଷମ ଖାଦ୍ୟ , ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ପାଇ ପାରିବା ସହ ପାରିପାର୍ଶ୍ଵିକ ସ୍ଥିତି ଉପରେ ଏହି କମିଟି ତୀକ୍ଷ୍ଣ ନଜର ରଖି ବାଳିକା ମାନଙ୍କ ସାମଗ୍ରୀକ ବିକାଶ ପାଇଁ କାମ କରିବ ।

jittmm
Leave A Reply

Your email address will not be published.