
ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଖୁନ ଗ୍ରାମକୁ ଗସ୍ତ କରିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର । ଏହି ଗସ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ସହଯୋଗରେ କୁମ୍ଭାରଖୁନ ଗ୍ରାମର ଡ୍ୟାମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବାଗଦୋର ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର ସକ୍ରିୟ କର୍ମୀମାନେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବେଲପଡା ବ୍ଲକ ୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଜୟ ଧରୁଆ ଓ ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ଓ ବିଧାୟକଙ୍କ ପ୍ରତିନିଧି କୁମୁଦ ମହାକୁଡ଼, ବ୍ଲକ ସଭାପତି ଲକ୍ଷ୍ମଣ ମେହେର ଓ ପୂର୍ବତନ ସରପଞ୍ଚ ଶୋଭକର ବେହେରା, ମୁନା ମେହେର, ଗଣେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଆଗକୁ ବିଜୁ ଜନତା ଦଳକୁ ଆହୁରି ମଜବୁତ କରାଯିବ ସେନେଇ ଗୁରୁମନ୍ତ୍ର ଦେଇଥିଲେ । ବୈଠକରେ ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଲୋକଙ୍କ ପାଖରେ କିପରି ସରକାରଙ୍କ ସମସ୍ତ ଯୋଜନା ପହଞ୍ଚି ପାରିବ ସେ ନେଇ ବିଶେଷ କରି ଆଲୋଚନା କରିଥିଲେ । ତା’ସହିତ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା ଓ ବିଜୁ ଜନତା ଦଳର ୱାର୍ଡ କମିଟି ଗଠନ କରାଯାଇଥିଲା । ଶେଷରେ କୁମୁଦ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।