om academy

ଗ‌ଞ୍ଜାମବାସୀ‌ଙ୍କୁ ବିମାନ ବ‌ନ୍ଦରର ‌ସ୍ୱ‌ପ୍ନ ଦେଖାଇ ଭୁଆଁ ବୁଲାଉଛନ୍ତି ରାଜ୍ୟସରକାର : ଦେଶର ୧୪ଟି ସହରରେ ସାମରିକ କେନ୍ଦ୍ର ଓ ବିମାନ ବନ୍ଦର ପାଖାପାଖି ରହିଛି, ତେବେ ଗ‌ଞ୍ଜାମରେ କାହିିଁକି ନୁହେ ?

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ବିମାନବନ୍ଦର ପ୍ରତିଷ୍ଠା ହେବା ଏବେ ଏକ ସ୍ପପ୍ନ ପାଲଟିଛି । ଖୋଦ୍ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଏବେ ଗଞ୍ଜାମର ଉନ୍ନତୀକୁ ନେଇ ତାଙ୍କର ସେତେଟା ଉତ୍ସାହ ଦେଖାଯାଉନଥିବା ଏହି ଘଟଣାରୁ ସ୍ପଷ୍ଟ ମନେହେଉଛି । ଗଞ୍ଜାମରେ ନିର୍ବାଚନ ବେଳେ ଗଞ୍ଜାମବାସୀଙ୍କ ଉନ୍ନତି ପାଇଁ ବହୁ ସ୍ୱପ୍ନ ଦେଖାଇ ଆସିଥିଲେ, ନିର୍ବାଚନ ସରିଲା ପରେ ସେସବୁ ଭୁଲି ଯାଉଛନ୍ତି । ବାସ୍ତବିକ ଗଞ୍ଜାମର ବିଜେଡ଼ି ଲୋକ ପ୍ରତିନିଧିମାନେ ଜନସାଧାରଣଙ୍କୁ ଭୁଆଁ ବୁଲାଉଥିବା ସହ ଏହି ଦିଗରେ ଦୃଷ୍ଟି ନଦେବା ବାସସ୍ତବିକ ଦୁଃଖର ବିଷୟ ପାଲଟିଛି । ଗଞ୍ଜାମବାସୀଙ୍କ ମନରେ ଗଞ୍ଜାମର ଉନ୍ନତିର ଭ୍ରମ ସୃଷ୍ଟି କରି ଲୋକମାନଙ୍କୁ ଠକିବାର କାର୍ୟ୍ୟ କରି ଚାଲିଛନ୍ତିି, ରାଜ୍ୟ ସରକାର । ତେଣୁ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ବାସୀଙ୍କୁ ଭୋକୁଆ ବନାଇ ଆସିଛନ୍ତି । ଏପରି ମିଥ୍ୟା ପ୍ରତିଶ୍ରୃତି ନ ଦେଇ ବିମାନ ବନ୍ଦର ପ୍ରତିଷ୍ଠା ନେଇ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ସେହିପରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୋ ଫ୍ଳାଇ ଜୋନ୍‌କୁ ୭୫ କିଲୋମିଟର କମାଇ ୩୦ରୁ ୪୦ କିଲୋ ମିଟର କରିବା ଦ୍ୱାରା ଯାହା ଫଳରେ ଛତ୍ରପୁର, ହିଞ୍ଜିଳି କିମ୍ଭା ଦିଗପହଣ୍ଡି ପରିସୀମା ମଧ୍ୟରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଜିଲ୍ଳାବାସୀ ଉପକୃତ ହୋଇପାରନ୍ତେ । ଦୀର୍ଘ ଦୁଇ ଦଶନ୍ଧି ଉର୍ଦ୍ଧରୁ ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ସ୍ଥାପନ ଲାଗି ଲଗାତାର ଭାବେ ଆନ୍ଦୋଳନର ସ୍ୱର ଉଠୁଥିବାବେଳେ ରଙ୍ଗାଈଲୁଣ୍ଡା ଏୟାରଷ୍ଟ୍ରିପକୁ ସମ୍ପ୍ରସାରଣ କରାଯିବବୋଲି ପ୍ରତିଶୃତି ଦିଆଯାଇଥିଲା । ଗତବର୍ଷ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗର ଉଡାନ ଯୋଜନା ଘୋଷଣା ପରେ ବିମାନ ବନ୍ଦର ପ୍ରସଙ୍ଗକୁ ଅଧିକ ଚଳଚଞ୍ଚଳ କରିଛି ଓ ରଙ୍ଗାଈଲୁଣ୍ଡା ଏୟାରଷ୍ଟ୍ରିପ ବଦଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଳାରେ ଦୁଇ ତିନୋଟି ସ୍ଥାନ ପ୍ରସ୍ତାବ ଆକାରରେ ଆସିଲା ଏବଂ ଶୀତଳାପଲ୍ଲୀ ଠାରେ ସର୍ଭେ କାମ ମଧ୍ୟ ଚାଲୁଥିବା ଶୁଣାଗଲା । ଉଡାନ ଯୋଜନାରେ ଗଞ୍ଜାମ ଜିଲ୍ଲା ବାଦ ପଡିବାରୁ ବିଭିନ୍ନ ଅନୁଷ୍ଠାନଙ୍କୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଧ୍ୟ ଗତ ଚାରିମାସରୁ ଜିଲ୍ଲାରେ ବିମାନ ବନ୍ଦର ସ୍ଥାପନ ପାଇଁ ଜିଲ୍ଲା ବ୍ୟାପି ଆନ୍ଦୋଳନ ଜୋରଦାର ହେଲା, ହେଲେ ସେ ସବୁକୁ ରାଜ୍ୟସରକାର ତଥା ବ୍ରହ୍ମପୁରର ବିଜେଡି ଲୋକପ୍ରତିନିଧି ଅଣଦେଖା କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଦେଶରେ ୧୪ଟି ସ୍ଥାନ ଯଥା ଦିଲ୍ଲୀ, ଅମ୍ରିତସର, ଚଣ୍ଡିଗଡ, ଶ୍ରୀନଗର, ଅଗରତାଲା, ଦୁମଦୁମ (କୋଲକତା), ତେଜ଼ପୁର, ଆଗ୍ରା, ମଦୁରାଇ, ପୋର୍ଟବ୍ଲେଇର, ଥିରୁବନନ୍ତପୁରମ, ବିଶାଖାପାଟଣା (ନେଭି), ନାଗପୁର, ଯୋଧପୁର ଆଦି ସହରରେ ଯୁଦ୍ଧ ସାମରିକ କେନ୍ଦ୍ର ଥିବା ସତ୍ୱେ ସହର ନିକଟରେ ବିମାନ ବନ୍ଦର ମଧ୍ୟ ରହିଛି । ଏଣୁ ଯେଉଁମାନେ ୭୫ କିମିର ଯୁକ୍ତିକରି ସାମରିକ କେନ୍ଦ୍ର ନିକଟରେ ବିମାନ ବନ୍ଦର ସ୍ଥାପନ ହୋଇପାରିବ ନାହିଁ ବୋଲି ଯୁକ୍ତି କରୁଛନ୍ତି, ତାହା ନିରର୍ଥକ ଅଟେ ଏବଂ ବିଭିନ୍ନ ସଂଗଠନ ନିଜସ୍ୱ ନିୟମ କାର୍ୟ୍ୟକୌଶଳରେ ପରିଚାଳନା ହେଉଥିବା ବେଳେ ଅନ୍ୟ କୌଣସି ବ୍ୟକ୍ତି ବିଶେଷ ଏଥି ଉପରେ କୌଣସି ମନ୍ତବ୍ୟ ଦେବା ଠିକ ନୁହଁ ।  ଯଥା ଶୀଘ୍ର ଗଞ୍ଜାମର ଚିହ୍ନଟ ହୋଇଥିବା ସ୍ଥାନରେ ବିମାନ ବନ୍ଦର ନିର୍ମାଣ ରାଜ୍ୟସରକାର ପଦକ୍ଷେପ ନେବା ଜରୁରୀ ହୋଇଛି । ରାଜ୍ୟସରକାର ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦୃଢ଼ ଦାବୀ ହୋଇଛି । ଲୋକମାନ‌ଙ୍କ ମ‌ଧ୍ୟରେ ଦିନକୁ ଦିନ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ହେବାରେ ଲାଗିଛି ।

Leave A Reply

Your email address will not be published.