om academy

୭୫ତମ ଗଣନ୍ତ୍ରତ ଦିବସ ପାଳିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ୭୫ତମ ଗଣନ୍ତ୍ରତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ନିଜ ଭିତରେ ଦେଶପ୍ରେମ ଜାଗ୍ରତ କରି ସମାଜ ସେବାରେ ବ୍ରତୀ ହେଲେ ରାମରାଜ୍ୟରର ସ୍ୱପ୍ନ ସାକାର ହେବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦଶରଥ ବରିହା, ଲୋକନାଥ ସାହୁ, ଜଳଧର ବିଶ୍ଵାଳ ଓ ପୂର୍ବତନ ଶିକ୍ଷକ ସୁରେଶ ସାହୁ ଉପସ୍ଥିତ ଥିଲେ । ପରେ ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସ୍ଲୋଗାନ ମାଧ୍ୟମରେ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ରୂପଧର ନାୟକ, କୁଳମଣି ପ୍ରଧାନ, ନରୋତ୍ତମ ସେଠ, ରଘୁନାଥ ପୁରୀ, ଭୀଷ୍ମଦେବ ବାରିକ, ସାନନ୍ଦ ମହାନନ୍ଦ ଓ ଘନଶ୍ୟାମ ସାହୁଙ୍କ ପ୍ରମୁଖ ଭୂମିକା ରହିଥିଲା । ଶେଷରେ ଛାତ୍ରଛାତ୍ରୀ ତଥା ଅଭିଭାବକ ଓ ଅଭିଭାବିକାମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.