oom

କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହା ସହିତ ଦିବଂଗତ ସାମ୍ବାଦିକମାନଙ୍କ ଉଦେଶ୍ୟରେ ଫୁଲବାଣୀ ସହରର ଦୁଃଖୀରଙ୍କୀମାନଙ୍କୁ ଗୋଟିଏ ଦିନ ରନ୍ଧା ଖାଦ୍ୟ ବଣ୍ଟନ ପାଇଁ ଟିମ ହୁମାନୀଟିକୁ ମଧ୍ୟ ରାସନ ସାମଗ୍ରୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ରାସନ ସାମଗ୍ରୀ ବଣ୍ଟନର ଶୁଭାରମ୍ଭ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରେସ କ୍ଳବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ନାରାୟଣ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ । ଆସୋସିଏସନର ଉପଦେଷ୍ଟା ସୁନୀଲ ପଟ୍ଟନାୟକ, ସଦାଶିବ ପାତ୍ର, ଅଜିତ ମହାରଣା, ସଭାପତି ସୁଜିତ ବେହେରା, ସମ୍ପାଦକ ତ୍ରିନାଥ ସାହୁ, କାର୍ଯ୍ୟକାରୀ ସଭାପତି ବ୍ରଜ ବିହାରୀ ନନ୍ଦ, ଉପସଭାପତି ଅଶୋକ ମହାନ୍ତି, କୋଷାଧକ୍ଷ ସୁନୀଲ ବିଶ୍ୱାଳ, ସ୍କୃଟିନି କମିଟି ମୁଖ୍ୟ ରଞ୍ଜନ କୁମାର ପ୍ରଧାନ, ରାକେଶ ରାଉତ, କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଫୁଲବାଣୀରେ କାର୍ଯ୍ୟରତ ପ୍ରାୟ ୫୦ ଜଣ ସାମ୍ବାଦିକ ଏବଂ କ୍ୟାମେରାମେନମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ ଏବଂ ଜିଲ୍ଲାର ଦୁଇ ଜଣ ବରିଷ୍ଠ ସାମ୍ବାଦିକ ନାଜୀର ଆଖତର ଏବଂ ରବି ଦାସଙ୍କୁ ମଧ୍ୟ ଏହି ରାସନ ସାମଗ୍ରୀ ଦିଆଯାଇଛି । ରାସନ ସାମଗ୍ରୀ ମଧ୍ୟରେ ସମସ୍ତଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ ଚାଉଳ ସହିତ ଡାଲି, ଚିନି, ତେଲ, ଅଟା, ଚୁଡ଼ା, ବିସ୍କୁଟ, ସାବୁନ, ସର୍ଫ ଏବଂ ସାନିଟାଇଜର କୀଟ ବ୍ୟାଗ ପ୍ରଦାନ କରାଯାଇଥିଲା । ଏହି ମହାମାରୀ ସମୟରେ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହେଇଥିବା ବେଳେ ସାମ୍ବାଦିକମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଏହାର ଅଧିକ ପ୍ରଭାବ ପଡ଼ିଛି । ଏହା ସତ୍ୱେ ଏହି ଜଟିଳ ପରିସ୍ଥିତିରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ନୀରବଛିନ୍ନ ଭାବେ ଖବର ପରିବେଷଣ କରୁଛନ୍ତି । ତେଣୁ ସାମ୍ବାଦିକମାନଙ୍କ ଏହି ଜଟିଳ ପରିସ୍ଥିତିରେ ତାଙ୍କୁ ସାମାନ୍ୟତମ ସାହାଯ୍ୟ ଏବଂ ସହଯୋଗ କରିବା ପାଇଁ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ସମସ୍ତ ସାମ୍ବାଦିକ ଏବଂ କ୍ୟାମେରାମେନମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିମାନେ କହିଛନ୍ତି । ଏହା ସହିତ ଏଭଳି ଏକ ଆୟୋଜନ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କରାଯାଇଥିବାରୁ ଏଥି ପାଇଁ ଆସୋସିଏସନର ସମସ୍ତ କର୍ମକର୍ତା ଏବଂ ସଦସ୍ୟମାନଙ୍କୁ ଅତିଥିମାନେ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.