
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ୩-୦ ଗୋଲରେ ବୀରମହାରାଜପୁରକୁ ହରାଇ ବିଜୟୀ ହେଲା । ମୁଖ୍ୟ ଅତିଥି ଭାବରେ ଅତିରକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠି ଓ ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ରାଜେନ୍ଦ୍ର କଲେଜ ଯୁକ୍ତଦୁଇ ଅଧ୍ୟକ୍ଷ ଆଲୋକ କୁମାର ମଙ୍ଗରାଜ, ସାମ୍ବାଦିକ ପାର୍ଥ ମହାପାତ୍ର ଓ କମିଟି ସଦସ୍ୟା ତଥା ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତି ବାଗ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳକୁ ସଞ୍ଜନ କୁଦେଇ, ଜିତେନ୍ଦ୍ର ପାତ୍ର, ଦେବାଶିଷ ବାଗ ଓ ଜିତୁ ଦଲାଇ ପରିଚାଳନା କରିଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ବିଭୁତି ଭୂଷଣ ପଣ୍ଡା ଓ ବଳରାମ ବିଷୋୟୀଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ଖେଳର ଶ୍ରେଷ୍ଠ ଖେଳାଳି ଭାବେ ସମ୍ବଲପୁର ଦଳର ଅଜୟ ଓରାମଙ୍କୁ ପୁରସ୍କୃତ କରାଯାଇଥିଲା । ରମେଶ ବେହେରା, ଦିଲ୍ଲୀପ ବଗର୍ତ୍ତି, ବୀରସେନ ସାହୁ, ଡୋଳାମଣି ବାଗ, ଚିନ୍ମୟ ସାହୁ, ଗୁପେନ୍ଦ୍ର ନାଗ, ଭୁପେନ୍ଦ୍ର ସିଂ ପ୍ରମୁଖ ସହଯୋଗ କରିଥିଲେ । ରବିବାର ବରଗଡ ୟୁନାଇଟେଡ୍ ଏଫ୍ସି ବନାମ ସମ୍ବଲପୁର ସିଦ୍ଧାଂଶୁ ଏଫ୍ସି ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ ବୋଲି କମିଟି ସଦସ୍ୟ ସନ୍ତୋଷ କୁମାର ଦନ୍ତା ସୂଚନା ଦେଇଛନ୍ତି ।