
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଖଦାଲପଡ଼ା ସ୍ଥିତ ପାତ୍ର ଇଲେକ୍ଟ୍ରୋନିକସ୍ ସମ୍ମୁଖରେ ଏକ ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବାଇକ୍ ସୋରୁମ୍ ଉଦ୍ଘାଟିତ ହୋଇଯାଇଛି । ଏହାକୁ ବରପାଲିର ବିଶିଷ୍ଟ ସମାଜସେବୀ ମୋତିଲାଲ୍ ଅଗ୍ରୱାଲ ଉଦ୍ଘାଟନ କରିଥିଲେ । ଏହି ସୋରୁମ ଉଦ୍ଘାଟନ ସମୟରେ ବଲାଙ୍ଗିର ଜିଲ୍ଲାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଆଜିକାଲି ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି ସେହି ପରିପ୍ରେକ୍ଷୀରେ ଏହି ଇଲେକ୍ଟ୍ରିକ୍ ସୋରୁମ ବଲାଙ୍ଗିରବାସୀଙ୍କ ପାଇଁ ମିତବ୍ୟାୟୀ ହୋଇପାରିବ ବୋଲି ସୋରୁମ୍ର ପ୍ରତିଷ୍ଠାତା ଦିନେଶ ଅଗ୍ରୱାଲ ଉଦ୍ଘାଟନ ସମୟରେ ମତ ବ୍ୟକ୍ତ କରିଛନ୍ତି ।