ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ତରଫରୁ ସମଗ୍ର ଦେଶରେ ୨୮ ଅକ୍ଟୋବର ରୁ ୩ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ଓ ବୀରମହାରାଜପୁର ବ୍ଲକ ପ୍ରଶାସନ ମିଳିତ ସହଯୋଗରେ ବ୍ଲକ ଅଧୀନ କଳାପଥର ଓ ମୁରଶୁଣ୍ଡୀ ଗ୍ରାମ ପଞ୍ଚୟତରେ ଏହି ସ୍ୱତନ୍ତ୍ର ଗ୍ରାମସଭା ସ୍ଥାନୀୟ ପଞ୍ଚାୟତ ସରପଞ୍ଚ, ନିର୍ବାହୀ ଅଧିକାରୀ, ୱାର୍ଡ ସଭ୍ୟ ତଥା ଜନସାଧାରଣ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟ, ସ୍ୱୟଂ ସହାୟକ ସଦସ୍ୟା, ତଥା ତୃଣ ମୂଳ ସ୍ତରରେ କାର୍ଯ୍ୟରତ ସରକାରୀ ପଦାଧିକାରୀ ପ୍ରମୁଖଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର ବୈଠକରେ ଉପସ୍ଥିତ ଅଧିକାରୀ ଜନସାଧାରଣଙ୍କୁ ଦୁର୍ନୀତିର ପ୍ରକାର ଏବଂ ପ୍ରକୃତି, ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ତଥା ଦୁର୍ନୀତି ସମ୍ୱନ୍ଧରେ ଆବଶ୍ୟକ ସୂଚନା ପ୍ରଦାନ ନିମନ୍ତେ ରହିଥିବା ବ୍ୟବସ୍ଥା ଉପରେ ସଚେତନ କରାଇଥିଲେ । କଳାପଥର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ବୈଠକ ରିତାଞ୍ଜଳୀ ପାଣିଗ୍ରାହୀ ନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସସ୍ମିତା ପ୍ରଧାନ, ପ୍ରତିମା କୁଅଁର, ସି.ଆର.ପି ଅନିତା ପ୍ରଧାନ, ଏମ.ବି.କେ ସସ୍ମିତା ମଲ୍ଲିକ, ମହିଳା ସ୍ୱୟଂ ସହାୟକ ସଦସ୍ୟା, ୱାର୍ଡ ସଦସ୍ୟ ଏବଂ କଳାପଥର ଜି.ପିର ଗ୍ରାମବାସୀ ଉପସ୍ଥିତ ରହିଥିଲେ । ସେହିପରି ମୁରଶୁଣ୍ଡୀ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ବୈଠକ ସରପଞ୍ଚ ମନୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ପି.ଇ.ଓ ସରୋଜ କୁମାର ନନ୍ଦ, ଏମ.ବି.କେ ଆରତୀ ଶତପଥି, ରିତାଞ୍ଜଳୀ ବିଶି, ସି.ଆର.ପି ସସ୍ମିତା ଦେହୁରୀ, ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ତଥା ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.