ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମହା ବିଦ୍ୟାଳୟ ପ୍ରକୋଷ୍ଠରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ବରଗଡ଼ ଭିଜିଲାନ୍ସ ଅଫିସର ଇନ୍ସପେକ୍ଟର ସୁଷମା ପଶାୟତ, ଏ.ଏସ୍.ଆଇ. ବୈଲୋଚନ ବିଶ୍ୱାଳ, ଷ୍ଟେନୋ ରାମଚନ୍ଦ୍ର ହୋତା ଅତିଥି ଭାବରେ ଯୋଗଦେଇଥିଲେ । ଇନ୍ସପେକ୍ଟର ସୁଷମା ପଶାୟତ ସାଂପ୍ରତିକ ସାମାଜକୁ ଦୁର୍ନୀତି କିପରି କଳୁଷିତ କରୁଛି, ଯାହାଦ୍ୱାରା ସାଧାରଣ ଜନତା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଏକ ଦୀର୍ଘ ବତ୍କୃତା ପ୍ରଦାନ କରିଥିଲେ । ସଂପ୍ରତି ଅବକ୍ଷୟ ସମାଜର ମୂଳ କାରଣ ଦୁର୍ନୀତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ତେଣୁ ସେ ସଂପର୍କରେ ସଚେତନ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ସଭା ଶେଷରେ ଅଧ୍ୟାପକ ଅଙ୍କିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୁର୍ନୀତି ନିବାରଣ ପାଇଁ ଏକ ସାମୂହିକ ଶପଥ ପାଠ ମଧ୍ୟ କରାଯାଇଥିଲା । ସଭାକୁ ସଫଳ କରିବାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.