ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

କଣ୍ଟାବାଞ୍ଜି , (ଯୁଗଳ କିଶୋର ଶବର) : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାଭେଲର ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ । ବଙ୍ଗୋମୁଣ୍ଡା ପଟୁ ଆସୁଥିବା ଏକ ଟ୍ରାଭେଲର ଗାଡ଼ି କଣ୍ଟାବାଞ୍ଜି ପଟୁ ଯାଉଥିବା ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଘନାମହୁଲ ଗ୍ରାମର ଧନୀରାମ ଜାଲ ବୋଲି ଜଣାପଡ଼ିଛି । ସେ କ୍ଷୀର ଦେବା ପାଇ ପ୍ରତିଦିନ ନିଜର ବାଇକ୍‌ରେ କଣ୍ଟାବାଞ୍ଜି ଆସିଥାନ୍ତି । ତେବେ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ମୃତବ୍ୟକ୍ତିଙ୍କୁ କଣ୍ଟାବାଞ୍ଜି ଡାକ୍ତଖାନାକୁ ନେଇଥିଲା । ଦୁର୍ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

Leave A Reply

Your email address will not be published.