ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ ନର୍ସିଂ କଲେଜ ସଭା ଗୃହରେ ରାମଜୀ ଯୁବକ ସଂଘ ତରଫରୁ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଡା. ପ୍ରମୋଦ କୁମାର ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସାଇଟ କଲେଜର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଲୋପାମୁଦ୍ରା ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଡ. ମିଶ୍ର ପୂର୍ବରୁ ରାମଜୀ ଯୁବକ ସଂଘ କିଭଳି ଭାବରେ ସାକ୍ଷରତା ଅଭିଯାନ ଚଳାଇଥିଲେ ତାହା ବର୍ଣ୍ଣନା କରିଥିଲେ ଏବଂ ଏହା ଦ୍ୱାରା ଶତାଧିକ ପୌଢ ସାକ୍ଷର ହୋଇଥିବା ପ୍ରକାଶ କରିଥିଲେ । ଏବେ ଆଉ ପ୍ରାୟ ଅଶିକ୍ଷିତ କେହି ନାହାନ୍ତି । କିନ୍ତୁ ଅନ୍ୟାନ୍ୟ ବିଷୟରେ ସଚେତନତାର ଅଭାବ ରହିଛି । ତେଣୁ ଆଗାମୀ ଦିନରେ ଆଇନ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଶେଷରେ ନର୍ସିଂ ପ୍ରିନସିପାଲ ସ୍ନିଗ୍ଧାମୀନତି ଦାନି ଧନ୍ୟବାଦ ଅର୍ପଣ କରିଥିଲେ ।
Next Post