ଆଜି ଜାତୀୟ ଖାଉଟି ଅଧିକାର ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଖାଉଟି ଅଧିକାର ଦିବସ । ୧୯୮୬ ମସିହାରେ ଖାଉଟି ନିରାପତ୍ତା ଅଧିନିୟମ ଲାଗୁ ହେବା ପରଠୁ ପ୍ରତି ବର୍ଷ ଭାରତରେ ପାଳନ କରାଯାଏ ଜାତୀୟ ଖାଉଟି ଅଧିକାର ଦିବସ । ଦେଶର ପ୍ରତ୍ୟେକ ଖାଉଟିଙ୍କ ମୌଳିକ ଅଧିକାରକୁ ପ୍ରୋତ୍ସାହନ ଦେବାର ଏହା ଏକ ସୁଯୋଗ । ଖାଉଟିଙ୍କ ନିରାପତ୍ତାରେ ଆହୁରି ସୁଧାର ଆଣିବା ଉଦ୍ଦେଶ୍ୟରେ ଏହି ଅଧିନିୟମ କାର୍ଯ୍ୟକାରୀ ହୋଇଥିଲା । ବିଭିନ୍ନ ପ୍ରକାର ଅଯୁକ୍ତିକର ଓ ଅନ୍ୟାୟ କାରବାର ମାଧ୍ୟମରେ ଶୋଷଣ ବିରୋଧରେ ଖାଉଟିଙ୍କୁ ଫଳପ୍ରଦ ପଦକ୍ଷେପ ପ୍ରଦାନ, ଏହି ଅଧିନିୟମ ଅଧୀନରେ ଖାଉଟିଙ୍କୁ ଉଚିତ ନ୍ୟାୟ ପ୍ରଦାନ ଉପରେ ଦିବସ ଗୁରୁତ୍ୱ ଦିଏ । ଦେଶର ଖାଉଟି ଆନ୍ଦୋଳନରେ ଏହି ଅଧିନିୟମ ଏକ ଯୁଗାନ୍ତକାରୀ ତଥା ଐତିହାସିକ ପଦକ୍ଷେପ ଅଟେ ।

Leave A Reply

Your email address will not be published.