ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ପ୍ରାଥମିକ ସେବା ସମବାୟ ସମିତିରେ ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ପୁରୀ – ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ, ସଭାପତି କିଶୋର ଚନ୍ଦ୍ର ଛୋଟରାୟ, ଅକ୍ଷୟ କୁମାର ପରିଡା, ଆର୍ଏମ୍ସିର ରଞ୍ଜନ କୁମାର ସାହୁ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ତଥା ସ୍ଥାନୀୟ ସମିତି ସଭାପତି ଚିତ୍ରସେନ ନିଶଙ୍କ, ପୂର୍ବତନ ସମ୍ପାଦକ ଦୀପକ କୁମାର ପରିଡାଙ୍କ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଧାନମଣ୍ଡିକୁ ଉଦ୍ଘାଟନ କରି ସରକାରୀ ନୀତିନିୟମ ଅନୁଯାଇ ଶାନ୍ତିଶୃଙ୍ଖଳାର ସହିତ ଏହି ଧାନମଣ୍ଡିକୁ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଘୋରଡ଼ିଆ ପ୍ରାଥମିକ ସମବାୟ ସମିତିର ସଭାପତି ଚିତ୍ରସେନ ନିଶଙ୍କ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ସମ୍ପାଦକ ତୃପ୍ତିମୟୀ ମାର୍ଥା, ବୋର୍ଡ ସଦସ୍ୟ ସୁରେନ୍ଦ୍ର ବଳିୟାରସିଂହ, ଦିଲ୍ଲୀପ କୁମାର ଧାଉଡ଼ିଆ, ରାଜକିଶୋର ମାର୍ଥା, ପ୍ରକାଶ ସାମନ୍ତସିଂହାର, ମାଗୁ ନିଶଙ୍କ, ମହନ୍ତ ମଙ୍ଗରାଜ, ପ୍ରତାପ ରାଉତରାୟ, କୃଷକ ନେତା ପ୍ରଦୀପ ବଳିୟାରସିଂହ, ଅଜୟ ମାର୍ଥା, ସମିତି ସଭ୍ୟ ଅର୍ଣ୍ଣପୁର୍ଣ୍ଣା ରଣଜିତ, ସରପଞ୍ଚଙ୍କ ପ୍ରତିନିଧି ଦୁଃଶାସନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପଞ୍ଜିକୃତ ୧୮ ଜଣ ଚାଷୀଙ୍କ ଠାରୁ ୬୦୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ପ୍ରକାଶ ଧାଉଡ଼ିଆ, ଧିରୁ ଭୁଜୁବଳ ସହଯୋଗ କରିଥିଲେ ।
Next Post