ଧର୍ମ ପରାୟଣା ମହିଳା ସୁଷମା ମଂଜରୀ ମିଶ୍ର ଚାଲିଗଲେ

କେନ୍ଦୁଝର : ଧର୍ମ ପରାୟଣା ମହିଳା ସୁଷମା ମଂଜରୀ ମିଶ୍ର(୯୦) ଆଜି ଭୋର୍‌ ୫ଟା ୨୦ମି. ସମୟରେ ଇହଧାମ ଛାଡ଼ି ଚାଲି ଯାଇଛନ୍ତି । ସଂସ୍କୃତ ଶିକ୍ଷକ ସ୍ୱର୍ଗତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ମିଶ୍ରଙ୍କ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିକଟସ୍ଥ ଭୋଳ ନୂଆଗାଁରେ ତାଙ୍କ ନିଜ ବାସଭବନରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ସ୍ୱାମୀ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ ୫ ବର୍ଷ ପୂର୍ବେ ଦେହାନ୍ତ ହୋଇଥିଲା । ଦୂରଦର୍ଶନର ନିର୍ଦ୍ଦେଶକ ରହିଥିବା ସ୍ୱର୍ଗତ ରତିରଂଜନ ମିଶ୍ର ତାଙ୍କ ଜ୍ୟେଷ୍ଠ ପୁତ୍ର । ରାଷ୍ଟ୍ରୀୟ ଅଖିଳ ଭାରତୀୟ କିଷାନ ସଂଘର ସଂପାଦକ ମୋହିନୀ ମୋହନ ମିଶ୍ର, ଏମ୍‌ଏମ୍‌ଟିସିର ଡିଜିଏମ୍‌ ବିଭୂତି ଭୂଷଣ ମିଶ୍ର, ଅବସରପ୍ରାପ୍ତ ସୈନିକ ତଥା ‘ଦୀନ୍‌ ଦୟାଲ ମେଲ୍‌’ର ସଂପାଦକ ଶିବଶରଣ ମିଶ୍ର, ସମାଜସେବୀ ଶ୍ରୀନିବାସ ମିଶ୍ର, ଶିକ୍ଷକ ମୀନକେତନ ମିଶ୍ର, ପ୍ରବଚକ ପ୍ରଣବ କୁମାର ମିଶ୍ର, ସୈନିକ ସୁବେଦାର ଓମ୍‌କାର ନାରାୟଣ ମିଶ୍ରଙ୍କ ଭଳି ବିଦ୍ୟାନ ଓ ପରୋପକାରୀ ପୁତ୍ରମାନଙ୍କୁ ଜନ୍ମ ଦେଇଥିବା ଧର୍ମ ପରାୟଣା ମହାନ୍‌ ମହିଳାଙ୍କ ପରଲୋକରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ କନ୍ୟା ରଶ୍ମିରେଖା ଓ ବିନ୍ଦୁରେଖା ତଥା ଜ୍ୱାଇଁ ଘନଶ୍ୟାମ ଆଚାର୍ଯ୍ୟ ଓ ଦୁର୍ଗା ମିଶ୍ର ଏବଂ ନାତି ନାତୁଣୀମାନେ ଅନ୍ୟ ପରିବାରବର୍ଗଙ୍କ ସହ ତାଙ୍କ ବିୟୋଗ ସମୟରେ ଉପସ୍ଥିତ ଥିଲେ । ଗାଁର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମାପନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.