oom

ଲୁଦୁପାଲି ଗ୍ରାମର ଗଉଁତିଏନ ଲୋପାମୁଦ୍ରା ରଥଙ୍କ ଦେହା‌ନ୍ତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବସନ୍ତ ପଞ୍ଚମୀ ଦିନ ପୂର୍ବତନ ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ, ପଶ୍ଚିମୋତ୍କଳ କର୍ମକାଣ୍ଡୀୟ ସମିତିର ସଂସ୍ଥାପକ ତଥା ପଶ୍ଚିମ ଓଡ଼ିଶା ଦଧିବାମନ ମୁକ୍ତି ମଣ୍ଡପର ସଭାପତି ପଣ୍ଡିତ ହିମାଂଶୁ ଶେଖର ରଥଙ୍କ ଧର୍ମପତ୍ନୀ ତଥା ଲୁଦୁପାଲି ଗ୍ରାମର ଗଉଁତିଏନ ଶ୍ରୀମତୀ ଲୋପାମୁଦ୍ରା ରଥଙ୍କର ୭୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦେହା‌ନ୍ତ ହୋଇଯାଇଛି । ପୁଅ-ବୋହୂ, ଝିଅ-ଜ୍ବାଇଁ,ନାତି-ନାତୁଣୀଙ୍କୁ ସେ ଛାଡ଼ି ଯାଇଛନ୍ତି । ଜ୍ୟେଷ୍ଠ ପୁତ୍ର ଦିଲ୍ଲିପ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ଡ.ଅମର ପଟ୍ଟନାୟକ, ଡ଼.ସସ୍ମିତ ପାତ୍ର, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ମନ୍ତ୍ରୀ ସୁଶାନ୍ତ ସିଂ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ୟ୍ୟ, ଓଏଫ୍‌ଡ଼ିସି ମୁଖ୍ୟ କୁନା ତ୍ରିପାଠୀ, ପୂର୍ବତନ ସାଂସଦ ଡଃ ପ୍ରଭାସ ସିଂ, କଳିକେଶ ସିଂଦେଓ, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀ, ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କୃତିବାଶ ରାଉତ, ପ୍ରଶାସକ ସବ୍ୟସାଚୀ ପଣ୍ଡା, ସମ୍ବଲପୁରୀ ବସ୍ତ୍ରାଳୟ ସଭାପତି ସମ୍ବିତ ଆଚାର୍ୟ୍ୟ, ବିକାଶ ଗ୍ରୁପ ମୁଖ୍ୟ ଡ଼ି. ମୁରଲୀ କ୍ରିଷ୍ଣା, ସାଇକୃପା ନର୍ସିଂହୋମ ମୁଖ୍ୟ ଡାକ୍ତର ସସ୍ମିତା ଦାସ ଓ ଡାକ୍ତର ରାଜେଶ ତ୍ରିପାଠୀ, ନିଷ୍ଠା ପରିବାର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ, ଡ.ଜସ୍ଵୀର ସିଂ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅନ୍ତିମ ସଂସ୍କାର ଲୁଦୁପାଲିରେ ଗ୍ରାମବାସୀ ତଥା ବ୍ଲକର ବହୁ ଗଣ୍ୟ ମାଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ସମ୍ପାଦିତ ହେଇଛଇି ।

jittmm
Leave A Reply

Your email address will not be published.