ବିଦ୍ୟୁତ ଶୁକ୍ଲକୁ ବିରୋଧ କରି ଭେଡେନ ବ୍ଲକ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରାକ୍ତନ ଅତାବିରା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଂଜନ ମହାନ‌ନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପ‌ଣ୍ଡା‌ଙ୍କ ନେତୃତ୍ୱରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ପ୍ରତ୍ୟାହାର କରିବାକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭେଡେନ ବିଦ୍ୟୁତ ବିଭାଗର ଏସ ଡି ଓ ବାଞ୍ଛାନିଧି ନାୟକଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଭେଡେନ ବ୍ଲକ କଂଗ୍ରେସ ପ୍ରାକ୍ତନ ସଭାପତି ଗଣେଶ ପଧାନ, ଅତାବିରା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଜିତେନ୍ଦ୍ର ପୋଢ, ବରିଷ୍ଠ କଂଗ୍ରେସ ନେତା ଦଶରଥ ମେହେର, ବିଶ୍ୱଜିତ ହୋତା ମାଧବ ସାହୁ, ରମାକାନ୍ତ ବଗର୍ତ୍ତୀ, ବିରାଟ ବାଗ, ଭୋଲା ଯୁଆଡି ଓ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ଦାବୀପତ୍ର ପ୍ରଦାନ କରିଥିଲେ । ଯଦି ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରାଯାଏ, ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି, ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପ‌ଣ୍ଡା ।

Leave A Reply

Your email address will not be published.