୧୩ ଦଫା ଦାବି ନେଇ ଜିନ୍ଦାବାଦ ସଂଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ଫରେଷ୍ଟ ଅଫିସ ଘେରାଉ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ଜଙ୍ଗଲ ଅଧିକାର ସୀକୃତି ଆଇନ ୨୦୦୬, ସଂଶୋଧୀତ ନିୟମ ୨୦୧୨କୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ଦାବୀ ନେଇ ଜିନ୍ଦାବାଦ ସଂଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜଳ, ଜମି ,ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦାବିରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ଆଜି ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଥିଲା । ୧୩ ଦଫା ଦାବି ନେଇ ଜିନ୍ଦାବାଦ ସଂଗଠନର ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜିଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତାଙ୍କ ସହ ଶହ ଶହ ସଂଖ୍ୟାରେ ଯୋଗଦେଇ ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ପ୍ରତିବାଦ ସଭା କରିଥିଲେ । ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୧୩ ଦଫା ଦାବିପତ୍ର ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏ ଉପରେ କୌଣସି ପଦକ୍ଷେପ ନିଆ ନଗଲେ ଜିନ୍ଦାବାଦ ସଂଗଠନ ଆନ୍ଦୋଳନକୁ ଓହ୍ଲେଇବ ବୋଲି ଚେତାବନୀ ଦିଆଯାଇଥିଲା । ଜିନ୍ଦାବାଦ ସଂଗଠନର ଲୋଚନ ବରିହା, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଜୁଗରାଜ ଧରୁଆ, ଠଣ ସୁନ୍ଦର ସଗରିଆ, ତୁରେକେଲା ବ୍ଲକ ସଭାପତି ଗଙ୍ଗାଧର ମାଝୀ, ମୁରିବାହାଲ ବ୍ଲକ ସଭାପତି କେଶବ ଧରୁଆ, ଆଞ୍ଚଳିକ ସଭାପତି ଦୁର୍ଯ୍ୟେଧନ ମାଝୀ, ନରେଶ ମାଝୀ, ବୈଷ୍ଣବ ହଂସ, ଡମ୍ବରୁ ଭରାସଗରିଆ, ସାଧବ ଧରୁଆ ଶଙ୍କର ଗହିର, ମୁଖ୍ୟ ପଟେଲ, ଚିଚକ ମାଝୀ, ଟିକେଚନ ପୁଟେଲ, ସୁରୁସିଂ ମାଝୀ, ଶୁକ୍ଳ ଶବର, ଦେବନାଶନ ଛତ୍ରିଆ, ନିରଞ୍ଜନ ବରିହା, ଖଗପତି ମାଝୀ, ହୀରାଲାଲ ହଂସ, ମଧୁସୂଦନ ଆଡଜୁଆଡ଼, ସୁନ୍ଦର ମାଝୀ, ପଦ୍ମଲୋଚନ ଶାଣ୍ଢ, ଲକ୍ଷପତି ବାଗ, ନକୁଲ ବାଗ, ପର୍ଶୁରାମ ମାଝୀ ପ୍ରମୁଖଙ୍କ ସହ ବହୁ ଲୋକ ଉପସ୍ଥିତ ହୋଇଥିଲେ ।

jittmm
Leave A Reply

Your email address will not be published.