om academy

ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେବା ସହ ବ୍ଲକ୍ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ଦେଲେ କଲମ ଛାଡ଼ ଆନ୍ଦୋଳନରତ ବ୍ଲକ କର୍ମଚାରୀ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଦିନକୁ ଦିନ ବଢୁଛି ଅରାଜକତା । ଯାହାଫଳରେ ଠିକାକାମରେ ସମ୍ପୃକ୍ତ ଥିବା ରାଜନେତାମାନେ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରୁଛନ୍ତି । ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ଲକ କର୍ମଚାରୀମାନେ ଗୁରୁବାର ଦିନ ବ୍ଲକ କାର୍ୟ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇ କଲମ ଛାଡ଼ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ଗତ ବୁଧୁବାର ଦିନ ଦେଓଗାଁ ବ୍ଲକର ଏକ ରାଜନୈତିକ ଦଳର ଜଣେ ବରିଷ୍ଠ ନେତା କାର୍ୟ୍ୟାଳୟ ଭିତରକୁ ପଶି ବଡ ବାବୁଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କର କର୍ମଚାରୀମାନଙ୍କୁ ଅପବ୍ୟବହାର କରିଥିଲେ । ଅପରାହ୍ନରେ କର୍ମଚାରୀମାନେ କାର୍ୟ୍ୟ ବନ୍ଦ କରି ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ । କାର୍ୟ୍ୟାନୁଷ୍ଠାନ ନେବାପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦେବା ପରେ କଲମ ଛାଡ ଆନ୍ଦୋଳନରେ ବସିଛନ୍ତି କର୍ମଚାରୀମାନେ। ଏହି ଆନ୍ଦୋଳନରେ ଦେଓଗାଁ ବିଡ଼ିଓଙ୍କ ସହ ସରକାରୀ କର୍ମଚାରୀମାନେ ସାମିଲ ହୋଇଛନ୍ତି । ଏନେଇ ଦେଓଗାଁ ବିଡ଼ିଓ ରୁଦ୍ର ପ୍ରସାଦ ସୁନାଙ୍କୁ ପଚାରିବାରୁ ଗତକାଲି ଜଣେ ବ୍ୟକ୍ତି ଆସି ଅଫିସ ଭିତରେ ଗାଳିଗୁଲଜ କରିଥିଲେ ଏନେଇ ଦେଓଗାଁ ପୁଲିସକୁ ମଧ୍ୟ ଖବର ଦିଆଯାଇଥିଲା କିନ୍ତୁ ଆସିନଥିଲେ । ଅଭିଯୁକ୍ତଙ୍କୁ ଗିରଫ ନ କରିବା ପର୍ୟ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି । ଗୁରୁବାର ଦିନ ଆନ୍ଦୋଳନ ସ୍ଥଳରେ ଉଡ଼ାର ଗାଁର ପ୍ରମୋଦ ବହିଦାରଙ୍କ ନାମରେ ଦେଓଗାଁ ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.