ls

କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କୁ କରୋନା ଟୀକା ଯୋଗାଇ ଦେବାକୁ ଦାବୀ

sb

ଟିଟିଲାଗଡ, (ଗୌରବ ଦର୍ଜୀ) :
କେନ୍ଦ୍ର ସରକାର କରୋନା ଯୋଦ୍ଧା ମାନଙ୍କୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କରୋନା ଯୋଦ୍ଧା ଭାବେ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ ସାମିଲ ହୋଇ ଥିବା ବେଳେ ସାମ୍ବାଦିକ ମାନଙ୍କୁ ବାଦ୍ ଦିଆଯାଇଛି । କରୋନା ମହାମାରୀ ସାରା ଭାରତରେ ବ୍ୟାପି ଥିବା ସମୟରେ ସାମ୍ବାଦିକ ମାନେ ନିଃସ୍ୱାର୍ଥପର ଭାବେ ସବୁ ସ୍ଥାନକୁ ଯାଇ ଖବର ସଂଗ୍ରହ କରିବା ସହ ଲୋକ ମାନଙ୍କୁ ସଚେତନ କରିବା, ଅନେକ ସାମାଜିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଛନ୍ତି । ଏଥିପାଇଁ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବେ କେନ୍ଦ୍ର ସରକାର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ କରୋନା ଭାକ୍ସିନ ଟୀକାକରଣ କରାଯାଉଥିବା ବେଳେ ସାମ୍ବାଦିକ ମାନଙ୍କୁ ବାଦ୍ ଦେଇଛନ୍ତି । ଏଥିପାଇଁ ସାମ୍ବାଦିକ ମାନଙ୍କୁ ଏବଂ ତାଙ୍କ ପରିବାରରକୁ ମାଗଣାରେ କରୋନା ଟୀକା ଦିଆଯିବାକୁ ଦାବୀ କରି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ ଟିଟିଲାଗଡ ଶାଖା ତରଫରୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ସମଗ୍ର ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ କରି କରୋନା ଟୀକା ଯୋଗାଇ ଦେବା ଦାବୀରେ ଆଜି ଓଡ଼ିଶା ସାମ୍ବାଦିକ ସଂଘ ଟିଟିଲାଗଡ ଶାଖା ତରଫରୁ ଜିଲ୍ଲା ସଭାପତି ଦୀପକ ସମ୍ମାଦରଙ୍କ ସଭାପତିତ୍ୱରେ ଉପଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ପରିଡା, ସମ୍ପାଦକ ସଞ୍ଜୟ ବେହେରା, ମାନସ ମହାନ୍ତି, ସଞ୍ଜୟ ନାଏକ, ସତ୍ୟବ୍ରତ ପଣ୍ଡା, ଗୌରବ ଦର୍ଜୀ, ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.