ବାଦିବାହାଲରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବାଦିବାହାଲ ଖେଳ ପଡିଆ ଠାରେ ନେତାଜୀ କ୍ଲବ ଆନୁକୁଲ୍ୟରେରେ ବାଦିବାହାଲରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ସମାଜସେବୀ ତଥା ବାଦିବାହାଲ ସରପଞ୍ଚ ପ୍ରାର୍ଥୀ ସୁନିଲ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଏବଂ ସେ ଯଦି ସରପଞ୍ଚ ଭାବେ ବିଜୟ ହେଲେ ଖେଳ ପଡିଆ ଓ ଖେଳାଳିଙ୍କ ଉନ୍ନତି ଦିଗରେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସମୁଦାୟ ୮ଟି ଦଳ ମଧ୍ୟରୁ ଫାଇନାଲରେ ବାଦିବାହାଲ ଓ ତେନ୍ତୁଳିଖୁଣ୍ଟି ପହଞ୍ଚିଥିବା ବେଳେ ବାଦିବାହାଲ ଦଳ ବିଜୟ ହୋଇ ମୁଖ୍ୟ ଅତିଥି ଶ୍ରୀ ଦାସଙ୍କ ଠାରୁ ପୁରସ୍କୃତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.