csstore

ଯୁବ ସାମ୍ବାଦିକ ମନୋଜ ଜୈନଙ୍କୁ କରୋନା ଯୋଦ୍ଧା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର ମୁନିଶ୍ରୀ ଜିନେଶ କୁମାରଜୀଙ୍କ ସାନ୍ନିଧ୍ୟରେ ବଲାଙ୍ଗିର ସେଣ୍ଟ୍ରାଲ ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଜୈନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତୁଷୁରା ସହରର ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ କରୋନା ଯୋଦ୍ଧା ସମ୍ମାନିତ କରାଯାଇଛି । ତେବେ ତାଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିବା ବେଳେ ମହାମାରୀ କରୋନା ସମୟରେ ଅଞ୍ଚଳର ଲୋକ ମାନଙ୍କୁ ଖାଦ୍ୟ, ମାକ୍ସ, ସାନିଟାଇଜର, କମଳ ଆଦି ବଣ୍ଟନ କରିବା ସହ ଲୋକଙ୍କୁ ସହଯୋଗ କରିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା କ୍ଲବ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.