oom

ଗତ ୨୪ ଘଂଟାରେ ଓଡ଼ିଶାରେ ୨୪୨୩ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୪୨୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୪୧୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୦୦୬ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୨୯, ବାଲେଶ୍ୱରରୁ ୪୨, ବରଗଡ଼ରୁ ୯୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୧୦, କଟକରୁ ୧୧୮, ଦେବଗଡ଼ାରୁ ୧୭, ଢେଙ୍କାନାଳରୁ ୬୬, ଗଜପତିରୁ ୭, ଗଂଜାମରୁ ୩୭, ଜଗତସିଂହପୁରରୁ ୮୪, ଯାଜପୁରରୁ ୯୭, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୩୫, କେନ୍ଦ୍ରାପଡ଼ାରୁ ୭୩, କେଉଁଝରରୁ ୭୦, ଖୋର୍ଦ୍ଧାରୁ ୩୫୯, କୋରାପୁଟରୁ ୨୪, ମାଲକାନଗିରିରୁ ୪୮, ମୟୁରଭଂଜରୁ ୧୨୮, ନବରଙ୍ଗପୁରରୁ ୨୮, ନୟାଗଡ଼ରୁ ୪୦, ନୂଆପଡ଼ାରୁ ୬୩, ପୁରୀରୁ ୭୩, ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୬୦, ସୋନପୁରରୁ ୫୩, ସୁନ୍ଦରଗଡ଼ରୁ ୧୯୫, ଷ୍ଟେଟ୍‌ ପୁଲ୍‌ ୭୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୫୪୬୬୨ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୯୫୪ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି । ୨୨୭୬୧୫ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି ।

jittmm
Leave A Reply

Your email address will not be published.