jayashree

ଗତ ୨୪ ଘଂଟାରେ ୭୦୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୦୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୨୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୨୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯୪୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୩, ବାଲେଶ୍ୱରରୁ ୧୯୮, ବରଗଡରୁ ୮୫, ଭଦ୍ରକ ୫୪, ବଲାଙ୍ଗିରରୁ ୧୯୦, ବୌଦ୍ଧରୁ ୨୦, କଟକରୁ ୫୦୫, ଦେବଗଡରୁ ୧୮, ଢେଙ୍କାନାଳରୁ ୫୫, ଗଜପତିରୁ ୪୫, ଗଞ୍ଜାମରୁ ୧୧୧, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୦, ଝାରସୁଗୁଡାରୁ ୧୪୩, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୧୮, କେନ୍ଦ୍ରାପଡାରୁ ୨୭, କେଉଁଝରରୁ ୬୫, ଖୋର୍ଦ୍ଧାରୁ ୨୨୨୬, କୋରାପୁଟରୁ ୧୦୭, ମାଳକାନଗିରିରୁ ୬, ମୟୁରଭଞ୍ଜରୁ ୨୦୧, ନବରଙ୍ଗପୁରରୁ ୯୫, ନୟାଗଡରୁ ୩୫, ନୂଆପଡାରୁ ୨୬, ପୁରୀରୁ ୧୫୬, ରାୟଗଡାରୁ ୩୬, ସମ୍ବଲପୁରରୁ ୬୦୯, ସୁବର୍ଣ୍ଣପୁରରୁ ୬୧, ସୁନ୍ଦରଗଡରୁ ୧୧୪୭ ଓ ଷ୍ଟେଟ ପୁଲ୍‌ରୁ ୪୮୬ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.