ବଲାଙ୍ଗିର ଜିଲ୍ଲାରେ ପୁଣି ବଢ଼ୁଛି କରୋନା ସଂକ୍ରମଣ : ଆଜି ଜିଲ୍ଲାରେ ୯ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ବଢ଼ିବା ଆରମ୍ଭ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଥିବା ବେଳେ ଆଜି ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୫ରୁ ଜଣେ ଏବଂ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୫ ଓ ୬ ଓ ୧୨ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ବ୍ଲକ ଖୁଜେନପାଲି ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ, ସଇଁନ୍ତଲା ବ୍ଲକ ସିକାପତ୍ରାପାଲିରୁ ୩ ଜଣ ଆକ୍ରାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ତେବେ କରୋନା ସଚେତନତା ଅବଲମ୍ବନ କରିବା ଏବେ ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ରାଜ୍ୟରେ ବି ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଦେଶରେ ବି ବଢ଼ିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହି ଦୃଷ୍ଟିରୁ କରୋନା କଟକଣା ପ୍ରତି ଜନସାଧାରଣଙ୍କ ଦ୍ୱାରା ବିଶେଷ ଦୃଷ୍ଟି ଦିଆଯିବା ନିହାତି ଆବଶ୍ୟକ ବୋଲି କୁହାଯାଉଛି ।

Leave A Reply

Your email address will not be published.