ପେଟ୍ରୋଲିୟମର ଦର ବୃଦ୍ଧି ବିରୁଦ୍ଧରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ଡାକରା ସଫଳ ଓ ଶାନ୍ତିପୂର୍ଣ୍ଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ରକ୍ଷା କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଫେଲ ମାରିଛନ୍ତି । ଏଗୁଡିକର ଦର ଅତି କମରେ ୧୦ ଟଙ୍କା କମାଇବା ନେଇ କଂଗ୍ରେସ ତରଫରୁ ରାଜ୍ୟ ସରକାରଙ୍କ ଏକ ପ୍ରସ୍ତାବ ଦିଆଯାଇଥିଲା । ଦର ଦାମବୃଦ୍ଧିରେ ଜନସାଧାରଣଙ୍କ ଦୟନୀୟ ପରିସ୍ଥିତିକୁ ମଧ୍ୟ ଖାତିର ନକରି ରାଜ୍ୟ ସରକାର ଏଉପରେ ମୁହଁ ବାନ୍ଧୀ ବସିଲେ । ଏହାର ବିରୋଧରେ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦର ଆହ୍ୱାନ ଦେଇଥିଲେ । ସେହି କ୍ରମରେ ଆଜି ଜିଲ୍ଲା କଂଗ୍ରେସ ତରଫରୁ ସାରା ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଯାହା ଶାନ୍ତିପୂର୍ଣ୍ଣ ଓ ସଫଳ ହୋଇଥିବା ଜଣାପଡିଛି । ଆଜି ସକାଳୁ ବଲାଙ୍ଗିର ସହରରେ ନଗର କଂଗ୍ରେସ ତରଫରୁ ଯୁବ କଂଗ୍ରେସ, କିଶାନ କଂଗ୍ରେସ ଓ ଛାତ୍ର କଂଗ୍ରେସକୁ ଏକତ୍ରିତ କରାଯାଇ ପ୍ରଥମେ ସହର ସ୍ଥିତ ଡେର୍ଲିମାର୍କେଟରେ ପିକେଟିଂ କରି ବନ୍ଦ କରାଯାଇଥିଲା । ପରେ ପରେ ନଗର କଂଗ୍ରେସ ସଦସ୍ୟମାନେ ଏକ ବାଇକ ର‌୍ୟାଲିରେ ବାହାରି ସହରର ବିଭିନ୍ନ ଅଂଚଳରେ ପିକେଟିଂ କରିବା ସହ ବନ୍ଦ କରିବା ପାଇଁ ଡାକରା ଦେଇଥିଲେ । ଫଳରେ ସକାଳୁ ହିଁ ସହରର ସମସ୍ତ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ଥିବା ଦେଖା ଯାଇଥିଲା । ବ୍ୟାଙ୍କ ଓ ଅଫିସ ଖୋଳାଥିବା ଖବର ପାଇଁ କଂଗ୍ରେସ କର୍ମୀମାନେ ବନ୍ଦ କରାଇଥିଲେ । ସେହିପରି ଦଳ ସ୍ଥାନୀୟ ସିଭିଲକୋର୍ଟକୁ ପହଞ୍‌ଞ୍ଚି କୋର୍ଟ ବନ୍ଦ କରାଇବା ସହ ଜିଲ୍ଲା ଜଜକୁ କୋର୍ଟରୁ ଫେରାଇ ଆଣି ଥିଲେ । କଂଗ୍ରେସର ଏହି ବନ୍ଦରେ ସହରର ଗଳି କନ୍ଦି ସହିତ ମୁଖ୍ୟ ରାସ୍ତାର ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ଅଫିସ, କଚେରୀ ବନ୍ଦ ରହିଥିଲା । ଆହୁରି ଏହି ବନ୍ଦକୁ ଜିଲ୍ଲା ବସ ମାଲିକ ଓ ଟ୍ରକ ମାଲିକ ସଂଘ ପୂର୍ବରୁ ସମର୍ଥନ ଦେଇଥିବା ବେଳେ ସହରରେ ବସ ଟ୍ରକ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଗରିବ ଜନସାଧାରଣଙ୍କ ଉପରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ବୋଝ ଦେଉଥିବା କେନ୍ଦ୍ର ତଥା ରାଜ୍ୟ ସରକାରର ନିତିକୁ ଜନସାଧାରଣଙ୍କ ସ୍ୱତଃ ସମର୍ଥନ ଦେଖିବାକୁ ମିଳିଥିବା ବେଳେ ଏହି ବନ୍ଦଟି ଶାନ୍ତିପୂର୍ଣ୍ଣ ରହିଥିଲା । ଆଜିର ଏହି କାର୍ୟ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ନେତୃତ୍ୱରେ ବରିଷ୍ଠ ନେତା ଅଶୋକ ନନ୍ଦ, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଏସ୍‌ସି ସେଲ ଓମ୍ ପ୍ରକାଶ କୁମ୍ଭାର, ଲିଗାଲ ସେଲ ସଭାପତି ଉମାକାନ୍ତ ସାହୁ, ମହିଳା ନେତ୍ରୀ ମିଳନୀ ସାହୁ, ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ସଂଜୟ ମିଶ୍ର, ଝୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ମହମ୍ମଦ ଆକବର, ହିମାଂଶୁ ନାୟକ, ଟୁନା ସାହୁ, ପବିତ୍ର ବେହେରା, ସୌମ୍ୟଦିପ ସରାଫ, ବିଟୁନ ସ୍ୱାଇଁ, ଘୁଣ୍ଡୁ ଦାଶ, ଝୁପୁଲୁ ମହାନ୍ତି, ଶିବ ସାହୁ, ସଂଜିବ ହୋତା, ଦିପନ ଯୋଷୀ, ବିଜୟ ଖରସେଲ, ଅମୁଲ୍ୟ ସେଠ, ମିଟୁ ସାହୁ, ପାଣିଗ୍ରାହୀ, ତୁଷାର କୁମାର, ସୁଦର୍ଶନ ମିଶ୍ର, ବ୍ରଜ ବିହାରି ନାଗ, ବିଧୁ ନାଗ, କିରନ ସେଠ, ଅବଦୁଲ ରଜାକ, ପାଢି, ତେଜରାଜ, ପବିତ୍ର ନେପାକ,ବବଲୁ, ରିଙ୍କୁ, ଟିକଲ ପୁଟେଲ, ବୁଲୁ ବେହେରା ପ୍ରମୁଖ ସାମିଲ ହୋଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନିତିକୁ ଜୋରଦାର ବିରୋଧ କରିଥିଲେ । ଯଦି ଆଗାମୀ ଦିନରେ ତୈଳ ଓ ଗ୍ୟାସ ଦର ଯଥେଷ୍ଟ ପରିମାଣରେ ନ କମେ ତେବେ ଏହି ଆନ୍ଦୋଳନକୁ ଏହି ତିବ୍ରତର କରାଯିବ ବୋଲି କଂଗ୍ରେସ କହିଛି ।

Leave A Reply

Your email address will not be published.