ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା

ଟିଟିଲାଗଡ, (ଗୌରବ ଦର୍ଜୀ) : ପେଟ୍ରୋଲ ଏବଂ ଡିଜେଲ ଦାମ୍ ଅହେତୁକ ଭାବରେ ବଢ଼ି ଚାଲିଥିବା ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି ଦେଇଥିବା ଓଡ଼ିଶା ବନ୍ଦ ଡାକରାର ବେଶ ପ୍ରଭାବ ଟିଟିଲାଗଡ଼ ଉପଖଣ୍ଡରେ ବି ଦେଖିବାକୁ ମିଳିଛି । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଥିବା ଦେଖା ଦେଇଥିଲା । ଏକ ପ୍ରକାର ଶୂନଶାନ ପାଲଟି ଯାଇଥିଲା ରାସ୍ତା ଘାଟ । ଟିଟିଲାଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥକୁ ମଧ୍ୟ କଂଗ୍ରେସ କର୍ମୀ ମାନେ ଅବରୋଧ କରିବା ସହ ପେଟ୍ରୋଲ ପମ୍ପ ଛକରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ପେଟ୍ରୋଲ ଏବଂ ଡିଜେଲ ତେଲ ଲିଟର ପିଛା ୯୧ ଟଙ୍କା ଉପରକୁ ଯାଇଥିବା ବେଳେ ଏହାର ସିଧା ସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ତେଲ ଦର ଯୋଗୁଁ ବିଭିନ୍ନ ସାମଗ୍ରୀର ଦର ବଢ଼ୁଥିବାରୁ ଶୀଘ୍ର ତେଲ ଦର ଉପରେ କେନ୍ଦ୍ର ସରକାର ଅଙ୍କୁଶ ଲଗାଇବା ପାଇଁ ଦାବୀ କରିଛନ୍ତି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ନେଉଥିବା ଟ୍ୟାକ୍ସ ପ୍ରତ୍ୟାହାର କରି ସର୍ବନିମ୍ନ ମୁଲ୍ୟରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଇ ଦେବାକୁ ଟିଟିଲାଗଡ଼ କଂଗ୍ରେସ କର୍ମୀ ଦାବୀ କରିଛନ୍ତି ।

Leave A Reply

Your email address will not be published.