ଦୁର୍ଘଟଣାଗ୍ରସ୍ତ ଚିକିତ୍ସାଧୀନରେ ଆଚାର୍ଯ୍ୟାଙ୍କ ପରଲୋକ : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶୋକ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୧୨ ତାରିଖ ଅପରାହ୍ନରେ ଛତ୍ରପୁର ଭି.ଆଇ.ପି. ରୋଡରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବିଶାଖାପାଟ୍ଟନମର କେ.ଜି. ହସ୍ପିଟାଲ୍ (ଘରୋଇ)ରେ ଚିକିତ୍ସାଧୀନ ଅବସ୍ଥାରେ ଆଚାର୍ଯ୍ୟା ଭି. ସରସ୍ୱତୀ ମୃତ୍ୟୁ ବରଣ କରିଛନ୍ତି । ଛତ୍ରପୁର ରାମନଗରଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କାର୍ଯ୍ୟରତ ଜଣେ ବରିଷ୍ଠ ଆଚାର୍ଯ୍ୟା ଭି. ସରସ୍ୱତୀଙ୍କ ସଡ଼କ ଦୁର୍ଘଟଣା ଘଟିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିଶାଖାପାଟ୍ଟନମର ଉକ୍ତ ଘରୋଇ ହସ୍ପିଟାଲରେ ମଙ୍ଗଳବାର ଭୋର ୪ଘଣ୍ଟା ୩୦ ମିନଟରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୮ବର୍ଷ ବୟସ ହୋଇଥିଲା । ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ରବିନ୍ଦ୍ର ନାଥ ଦାଶ ଓ ଷ୍ଟାଫ୍, ତଥା କର୍ମଚାରୀଙ୍କ ତରଫରୁ ସ୍ୱର୍ଗତ ଅତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପ୍ରକାଶ ଥାଉକି, ଭି. ସରସ୍ୱତୀ ଓ ତାଙ୍କ ଝିଅଙ୍କ ସହିତ ମିଶି ଛତ୍ରପୁର ଭି.ଆଇ.ପି. ରୋଡରେ ଯାଉଥିବା ବେଳେ ଅମାନିଆ ଭାବେ ଚଲାଉଥିବା ଏକ ବାଇକ ଚାଳକଙ୍କ ଦ୍ଵାରା ତାଙ୍କର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.