ପାନ ଦୋକାନରୁ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନାରୁ ୧୦୦ ମିଟର ଭିତରେ ଏକ ପାନ ଦୋକାନରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡ଼ିଛି । ବିଶାଲ ମେଗା ମାର୍ଟ ଓ ପେଟ୍ରୋଲ୍‌ ପମ୍ପ ମଝିରେ ରହିଥିବା ଏକ ପାନ ଦୋକାନକୁ ଗତ ରାତିରେ ଦୁର୍ବୃତ୍ତମାନେ ଫାଡ଼ି ଦେଇ ଖୁଚୁରା ପଇସା ସହ ପ୍ରାୟ ହଜାରେ ଟଙ୍କା ଓ ସିଗାରେଟ୍‌, ଗୁଡ଼୍‌ଖା ଆଦି ପାଖାପାଖି ୨ ହଜାର ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ସୂଚନା ମିଳିଛି । ଏନେଇ ଦୋକାନ ମାଲିକ ଟୁନା ସାହୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଟାଉନ୍‌ ଥାନାରୁ ମାତ୍ର ୧୦୦ ମିଟର ଭିତରେ ଚୋରି ହୋଇଥିବା ଘଟଣାକୁ ନେଇ ବଲାଙ୍ଗିର ସହରରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.