jayashree

ଚିତ୍ରାଙ୍କନରେ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ବିଦ୍ୟାସ୍ମିତା ସାହୁ

  • ଓଡିଶା ଆଦର୍ଶ ବିଦ୍ୟାଳୟ, ମଦନପୁରର ଛାତ୍ରୀ କଳାହାଣ୍ଡି ପାଇଁ ଆଣିଲେ ଗୌରବ

କଳାହାଣ୍ଡି, (ପି.କେ. ସାହୁ) : ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଗୁରୁବାର ଦିନ ଭୁବନେଶ୍ୱର ଜୟଦେବ ଭବନଠାରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ବିଦ୍ୟାସ୍ମିତା ସାହୁ (ବାପା ପ୍ରମୋଦ କୁମାର ସାହୁ, ମାତା ପ୍ରବୀଣା ସାହୁ) କନିଷ୍ଠ ବିଭାଗରେ “ବନାଗ୍ନି ଓ ବନ୍ୟପ୍ରାଣୀ” ଉପରେ ଚିତ୍ରାଙ୍କନ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ପାଇ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପିସିସି ଏଫ୍‌ ଦେବୀଦତ୍ତ ବିଶ୍ୱାଳ ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ଠାରୁ ପୁରସ୍କୃତ ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି । ପ୍ରକାଶ ଥାଉକି ଗତ ଅଗଷ୍ଟ ୧୦ ତାରିଖରେ ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ରଙ୍କ ନିଦ୍ଦେଶ କ୍ରମେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସଙ୍କ ତତ୍ୱବାଧାନରେ ମୋହନଗିରି, ମ.ରାମପୁର ଓ ମଦନପୁର ଆଦର୍ଶ ବିଦ୍ୟାଳୟରେ ଜୁନିୟର ଓ ସିନିୟର ବିଭାଗରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ଜୋନାଲ ସ୍ତରରେ ଉକ୍ତ ଛାତ୍ରୀ ପ୍ରଥମ ହୋଇ ରାଜ୍ୟ ପାଇଁ ମନୋନୀତ ହୋଇଥିଲେ । ତାଙ୍କ ଏହି ସଫଳତା ପାଇଁ ଅଧ୍ୟକ୍ଷ, ଅଧ୍ୟାପକ, ଆଧ୍ୟାପିକ ଛାତ୍ରଛାତ୍ରୀ ଓ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.