om academy

ମଦୁଆ‌ଙ୍କ ଆକ୍ରମଣରେ ୨ ଚାଷୀ ଲହୁଲୁହାଣ

jsm

ବାଲେଶ୍ୱର : ୪ ଜଣ ମଦୁଆ‌ଙ୍କ ଆକ୍ରମଣରେ ୨ ଜଣ ଚାଷୀ ଲହୁଲୁହାଣ ହୋଇଥିବା ଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଖବର ପାଇ ପୁଲିସ ଦୁଇ ଆହତ ଚାଷୀଙ୍କୁ ଉଦ୍ଧାର କରି ଡ଼ା‌କ୍ତରଖାନାରେ ଭର୍ତ୍ତି କରିଛି । ସଂପୃକ୍ତ ମଦୁଆମାନଙ୍କୁ ଅଟକ ରଖିଛି ପୋଲିସ । ମିଳିଥିବା ଖବର ଅନୁସାରେ ଜାମୁଝାଡ଼ି ଛକରେ ରହିଥିବା ମଦ କାଉଣ୍ଟରରେ ମଦ ପିଇବା ବାରଣ ରହିଥିବା ସତ୍ତ୍ୱେ ବାଉରିପଦା ଅଞ୍ଚଳର ୪ ଜଣ ଯୁବକ ମଦ କିଣି ସେଠାରେ ପିଇଥିଲେ ଓ ମଦ ପିଇବା ପରେ ନିଶାସକ୍ତ ଅବସ୍ଥାରେ ୪ ଜଣ ଯୁବକ ଦୁଇ ଚାଷୀଙ୍କୁ ଆକ୍ରମଣ କରିଥିଲେ । ସବୁଠାରୁ ବଡ଼ କଥା ହେଲା ସେହି ମଦୁଆମାନ‌ଙ୍କ ଭିତରେ ଜଣେ ବ୍ୟାଙ୍କ ମ୍ୟାନେଜର ରହିଛନ୍ତି । ଗୁରୁତର ଦୁଇ ଜଣ ଚାଷୀ ହେଉଛନ୍ତି ଗଜେନ୍ଦ୍ର ବେହେରା ଓ ପ୍ରହ୍ଲାଦ ପାତ୍ର ।

Leave A Reply

Your email address will not be published.