ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଳ କୁମାରୀ ପୀଠରେ ଚାରା ରୋପଣ

ଚିକିଟି : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ମା’ ବାଳ କୁମାରୀ ପୀଠ ସମେତ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ଚାରା ରୋପଣ କରାଯାଇଛି । ବିଜେଡି ସଂଗଠକ ସୁରେନ୍ଦ୍ର ମଣ୍ଡଳଙ୍କ ନେତୃତ୍ୱରେ ବ୍ଲକର ବିଜେଡି ଯୁବ କର୍ମୀମାନେ ଏକଜୁଟ ହୋଇ ତିନି କିଲୋମିଟର ଘାଟି ରାସ୍ତାର ଉଭୟ ପାର୍ଶ୍ଵରେ କଦମ୍ବ, ବଉଳ, ଲିମ୍ବ, ଶାଗୁଆନ, ପିସ୍ତା ବାଦାମ, ବାଦାମ, ମହାଲିମ, ବେଲ, ଅଶୋକ, ସୁବର୍ଣ୍ଣ ଚମ୍ପା, ଶିଶୁଆ ଭଳି ହଜାରେରୁ ଅଧିକ ଚାରା ରୋପଣ କରିଛନ୍ତି । ଏଥିରେ ବ୍ଲକ ଅଧ୍ୟକ୍ଷ ଆପନା ସେଠୀ, ଏନଏସି ଅଧକ୍ଷା ଦୀପା କୁମାରୀ ସାହୁ , ବ୍ଲକ ବିଜେଡି ସଭାପତି ହାରମ୍ବ ରେଡ୍ଡୀ, ପୂର୍ବତନ ବ୍ଲକ ଅଧକ୍ଷ ଏମ. ନାଗରଜୁ, ବ୍ଲକ ଛାତ୍ର ବିଜେଡି ସଭାପତି କାଳିପ୍ରସାଦ ପଣ୍ଡା, ଉମା ରେଡ୍ଡୀ, ବାପି ସାହୁ, ବିପଦ ପଣ୍ଡା, ପ୍ରଶାନ୍ତ ସାହୁ, ରୋହନ ପଟ୍ଟନାୟକ, ଜଗଦୀଶ ସାହୁ, ପ୍ରକାଶ ରାଉଳ, କୃଷ୍ଣ ପାଢ଼ୀ, ଶିବ ପ୍ରସାଦ, ପପୁ, କିଶୋର ପଣ୍ଡା, ଅନିଲ ପୁରୋହିତ, ହରିଶ ପ୍ରଧାନ, ଧର୍ମା ରାଓଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ ଚାରା ରୋପଣ କରିଛନ୍ତି ।

Leave A Reply

Your email address will not be published.