ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୁଆଁପାଲିକୁ ହରାଇ ଥାଳବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଉଡ଼ାରରେ ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉତ୍ସବକୁ ଶିକ୍ଷକ ବିରେନ୍ଦ୍ର ସୁନା ସଂଯୋଜନା କରିଥିଲେ । ଏହି ପ୍ରତିଯୋଗିତାର ଫାଇନାଲ ଖେଳରେ ଥାଳବନ୍ଧ ଓ ନୁଆଁପାଲି ଦଳ ଖେଳିଥିଲେ । ଏହି ମ୍ୟାଚରେ ଥାଲବନ୍ଧ ବିଜୟୀ ହୋଇଥିଲା । ଶିବ ଛତ୍ରିଆ, ଗୋପୀନାଥ ନନ୍ଦ, ବିକି ଛତ୍ରିଆ, ଅନାଦି ଛତ୍ରିଆ, ଅରୂପା ନନ୍ଦ, ବରୁଣ ନନ୍ଦ, ଖଗେଶ୍ବର ନନ୍ଦ ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋରର ଦାୟିତ୍ଵରେ ଟିକେଶ୍ଵର ଛତ୍ରିଆ, ସିଦ୍ଧାନ୍ତ ନନ୍ଦ ଓ ନୀଳକଣ୍ଠ ନାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସମ୍ମାନିତ ଅତିଥି ଭାବେ ଉଡ଼ାର ପଞ୍ଚାୟତର ସମିତି ସଭ୍ୟ ଟିକେଚନ୍ଦ୍ର ସାହୁ, ସମାଜସେବୀ ପ୍ରମୋଦ ବହିଦାର, ଶିକ୍ଷାବିତ୍ ପ୍ରଦୀପ ଛତ୍ରିଆ, ବୀରେନ ଦଳାଇ ଯୋଗ ଦେଇଥିଲେ ।

Leave A Reply

Your email address will not be published.