ଶୋକ ସମ୍ବାଦ : ଘସିଏନ ହାଇସ୍କୁଲର କିରାଣୀ ନାରାୟଣ ନାୟକ ଆଉ ନାହାନ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କୁତୁର୍ଲା ଗାଁର ତଥା ପାଟଣାଗଡ଼ ବ୍ଲକ ଘସିଏନ ହାଇସ୍କୁଲର କିରାଣୀ ନାରାୟଣ ନାୟକ(୫୬)ଙ୍କ ଗତ ଗୁରୁବାର ଦିନ ୨ଟା ୧୫ମିନିଟ ସମୟରେ ବରଗଡ଼ ବିକାଶ ହସପିଟାଲରେ ଦେହାନ୍ତ ହୋଇଯାଇଛି । କିଛି ଦିନ ହେଲା ସେ ଚିକିତ୍ସିତ ହେଉଥିଲେ । ଶେଷ ସମୟରେ ତାଙ୍କ ଧର୍ମପତ୍ନୀ ଜୟନ୍ତୀ ନାୟକ ଦୁଇ ଝିଅ ରାନି ଓ ରୁନି ସହ ୫ବଡ଼ ଭଉଣୀ ସୁରେଖା, ବିଳାସ, ଜେମାମଣୀ, ଜୋତ୍ସା ଓ ସଞୁ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ । ନାରାୟଣଙ୍କ ମୃତ୍ୟୁ ଖବରପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା‌ ଖେଳିଯାଇଛି । ଗୁରୁବାର ସନ୍ଧ୍ୟାରେ ସୋନଗଡ଼ ନଦୀରେ ଶେଷକୃତ୍ୟୁ କରାଯାଇଥିଲା । ପୁତୁରା ପର୍ଶୁରାମ ନାୟକ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.