centurian jitm

ଟାଙ୍ଗିଆ ଚୋଟରେ ଚାଲିଗଲା ଜ୍ୱାଇଁଙ୍କ ଜୀବନ, ଝିଅ ଗୁରୁତର

କାଶିପୁର, (ଅଞ୍ଜନ କୁମାର ନାଏକ) : ଶଶୁରଙ୍କ ଟାଙ୍ଗିଆ ଚୋଟରେ ଜ୍ୱାଇଁଙ୍କ ଜୀବନ ଯାଇଥିବା ବେଳେ ଝିଅ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ସହଯୋଗୀ । କାଶୀପୁର ବ୍ଲକ ଅଡାଜୋର ଗ୍ରାମରେ ଘଟିଛି ଏଭଳି ଏକ ଘଟଣା । ଏହି ହତ୍ୟା ମାମଲାରେ ଶଶୁରଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଅଡ଼ାଜୋର ଗାଁର ଲଳିତା ମାଝୀଙ୍କ ଓ ଅଡାଟାକରି ଗାଁର ମଙ୍ଗଳ ସିଂ ମାଝୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ନିବିଡ଼ ପ୍ରେମ ସମ୍ପର୍କ ଥିଲା । ପ୍ରେମିକା ଲଳିତା ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ପ୍ରେମିକ ମଙ୍ଗଳ ବସ କଣ୍ଡକ୍ଟର ଭାବେ କାମ କରୁଥିଲେ । ତେବେ ପ୍ରେମିକାଙ୍କ ବାପା ବିଜୟ ମାଝୀ ଏହି ସମ୍ପର୍କ ଉପରେ ରାଜି ନଥିଲେ । ବାରମ୍ବାର ଏହି ସମ୍ପର୍କକୁ ବିରୋଧ କରି ଆସୁଥିଲେ । ପ୍ରାୟ ୧ ମାସ ପୂର୍ବେ ଲଳିତା ଘର ଛାଡ଼ି ପ୍ରେମିକ ମଙ୍ଗଳଙ୍କ ପାଖକୁ ଚାଲିଯାଇଥିଲେ ଏବଂ ପ୍ରେମିକ ସହ ରହ୍ରୁଥିଲେ । ଅନ୍ୟପଟେ ୨ ସପ୍ତାହ ପରେ ପ୍ରେମିକାଙ୍କ ବାପା ବିଜୟ ମାଝୀ ଝିଅକୁ ବୁଝାସୁଝା କରି ନେଇଆସିଥିଲେ । କିନ୍ତୁ ବାପାଙ୍କ କଠୋର ବ୍ୟବହାରରେ ଅତିଷ୍ଠ ହୋଇ ପ୍ରେମିକ ପାଖକୁ ଚାଲିଯିବା ପାଇଁ ନିଷ୍ପତ୍ତି ନେବା ସହ ପ୍ରେମିକଙ୍କୁ ଡ଼କାଇଥିଲେ । ଏହାପରେ ବୁଲୁ ନାମକ ଏକ ସହଯୋଗୀଙ୍କୁ ସାଙ୍ଗରେ ନେଇ ବାଇକରେ ମଙ୍ଗଳ ଅଡ଼ାଜୋର ଗାଁକୁ ଆସିଥିଲେ ଓ ଲଳିତାଙ୍କୁ ନେଇ ନିଜ ଗାଁ ଆଡ଼କୁ ବାହାରିଥିଲେ । ଏସମ୍ପର୍କରେ ବିଜୟ ମାଝୀ ସୂଚନା ପାଇ ଭାଲୁମସ୍‌କା ଘାଟି ରାସ୍ତାରେ ଟାଙ୍ଗିଆ ଧରି ବାଇକରେ ଆସୁଥିବା ୩ ଜଣଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଘଟଣାସ୍ଥଳରେ ମଙ୍ଗଳଙ୍କ ମୃତ୍ୟୁ ଘଟିଥିବା ବେଳେ ସହଯୋଗୀ ବୁଲୁ ଫେରାର ହୋଇଯାଇଥିଲେ । ଲଳିତା ବାଇକରୁ ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କାରାଯାଇଥିବା ସୂଚନା ମିଳଛି ।

Leave A Reply

Your email address will not be published.