ଡାକ୍ତର ନିଯୁକ୍ତି କେବେ ହେବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାର, ବୁର୍ଲାର ନିଉରୋଲୋଜି(ସ୍ନାୟୁ ମସ୍ତିସ୍କ) ବିଭାଗ ଗତ ଦଶ ବର୍ଷ ହେଲା ଜଣେ ଡ଼ାକ୍ତରରେ ଚାଲିଛି । ସ୍ୱୟଂ ଶାସିତ ହେଲା ପରେ ମଧ୍ୟ ନିଯୁକ୍ତି ଦିଆଯାଇନାହିଁ । ଚାରିଟି ଅନୁମୋଦିତ ପଦ ଥିଲେ ମଧ୍ୟ ଏ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଅବହେଳା କରୁଥିବା ବେଳେ ରୋଗୀସେବା ବାଧାପ୍ରାପ୍ତ ହେଉଛି । ସୂଚନାଯୋଗ୍ୟ ଯେ, ଦୈନିକ ଏକ ଶହ ରୋଗୀ ଆଉଟ ଡୋରକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ସବୁ ସମୟରେ ଇଣ୍ଡୋରରେ ମଧ୍ୟ ଭିଡ ଲାଗି ରହିଛି । ଜଣେ ଡାକ୍ତର ଅତ୍ୟଧିକ ଚାପ ଅନୁଭବ କରି ଥରେ ଲମ୍ବା ଛୁଟିରେ ଚାଲି ଯାଇଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ପ୍ରାୟତଃ ପଶ୍ଚିମ ଓଡିଶାର ନେତା ରହନ୍ତି ।ଏ ତାଲିକାରେ ଦୁର୍ୟ୍ୟୋଧନ ମାଝୀ, ପ୍ରସନ୍ନ ଆଚାର୍ୟ୍ୟ, ସନାତନ ବିଶି ଠୁ ଏବର ମନ୍ତ୍ରୀ ନବ ଦାସ ଅଛନ୍ତି । ବିଡମ୍ବନା ଯେ ବୁର୍ଲା ଡାକ୍ତରଖାନାର ଅସରନ୍ତି ସମସ୍ୟା ସମାଧାନ ହୁଏ ନାହିଁ । ଡାକ୍ତର ନିଯୁକ୍ତି କେବେ ହେବ, ତାହା ମୂଳ ପ୍ରଶ୍ନ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.