ବୁଡାମାଲ କୁମ୍ଭାରପଡାର କଂକ୍ରିଟ୍ ରାସ୍ତା ସମୀକ୍ଷା କଲେ ଜେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ବୁଡାମାଲ ଗାଁରେ ମୁଖ୍ୟ ରାସ୍ତାରୁ କୁମ୍ଭାର ପଡାକୁ ଯାଉଥିବା ରାସ୍ତା ନୁତନ ଭାବେ କଂକ୍ରିଟ୍ ରାସ୍ତାର ସମୀକ୍ଷା କଲେ ପଦ୍ମପୁର ଜେଇ ପ୍ରଶାନ୍ତ ସେଠୀ । ସମସ୍ତ କାର୍ୟ୍ୟର ମାପଚୁପ କରି ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ ଜେଇ ମହୋଦୟ । ଏଠାରେ ଗ୍ରାମର ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଲୋକଙ୍କ ଠାରୁ ସୂଚନା ପ୍ରାପ୍ତ ଯେ, ମାତ୍ର ଦୁଇ ଲକ୍ଷ ଟଙ୍କାରେ ଏତେ ମଜବୁତ କାମ କରାଯାଇଛି ଯେ,ଏପରି କାମ କମ ଯାଗାରେ ଦେଖିବାକୁ ମିଳେ । ବୁଡାମାଲ ସରପଞ୍ଚ ଚୁତର୍ଭୁଜ ମେହେର ସଦାସର୍ବଦା ବୁଡାମାଲ ଗ୍ରାମ ପଞ୍ଚାୟତ ର ବିକାଶ ପଥରେ । ଏହାଙ୍କ କାର୍ୟ୍ୟ ଶୈଳୀ ଦେଖି ଜେଇ ମହୋଦୟ ବେଶ ଖୁସି । ବ୍ଲକର ସମସ୍ତ ସରପଞ୍ଚ ଙ୍କ ଠାରୁ ବିକାଶ କ୍ଷେତ୍ରରେ ଚୁତର୍ଭୁଜ ମେହେର ବେଶ ଆଗରେ । ପ୍ରକୃତ ଦେଖିଲେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ପାଇବାର ଯୋଗ୍ୟ ବ୍ୟକ୍ତି ବୋଲି ଏ ଅଞ୍ଚଳରେ ଜୋର ଚର୍ଚ୍ଚା ଧରିଛି ।

Leave A Reply

Your email address will not be published.