କେଭା ହେଲଥ ଏଣ୍ତ ୱେଲନେସ ପଏଣ୍ଟ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କେଭା ହେଲଥ ଏଣ୍ତ ୱେଲନେସ ତରଫରୁ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଞ୍ଜନ କୁମାର ଦାଶ କେଭା ପୋଷକତତ୍ତ୍ବ ପ୍ରୟୋଗ ବିଧି ଉପରେ ସମ୍ୟକ ଧାରଣା ଦେଇଥିବା ବେଳେ ଚିନ୍ତାମଣି ସାହୁ ଜୈବିକ ଚାଷ ଉପରେ ଉପଦେଶ ଦେଇ କେଭାର କୃଷି ପ୍ରୟୋଗ ବିଧି ଉପରେ ଆଲୋଚନା କରିଥିଲେ । ଲଗାତାର କେଭା ସାର ଔଷଧ ପ୍ରୟୋଗ କଲେ ଆଗାମୀ ଦିନରେ କୌଣସି ରାସାୟନିକ ସାର ବା କୀଟ ନାଶକ ଔଷଧର ଆବଶ୍ୟକତା ନାହିଁ । କେଭାର ପ୍ରଡକ୍ ବ୍ୟବହାର କଲେ ଚାଷୀ ବିଶେଷ ଭାବରେ ଉପକୃତ ହୋଇ ପାରିବେ ଏବଂ ପୂର୍ଣ୍ଣ ମାତ୍ରରେ ରୋଗ ଓ ପୋକ ଦାଉରୁ ରକ୍ଷା ପାଇ ପାରିବେ । କେଭାର କର୍ମକର୍ତ୍ତା ମାନେ ସମସ୍ତ ପ୍ରକାର ଚାଷୀଙ୍କୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

Leave A Reply

Your email address will not be published.