ls

କଟକ-ସମ୍ବଲପୁର ରାସ୍ତାରେ ଥିବା ଏକ ହୋଟେଲ୍‌ରୁ ବ୍ରାଉନସୁଗର ଜବତ

sb

କଟକ : କଟକ-ସମ୍ବଲପୁର ରାସ୍ତାରେ ଥିବା ଏକ ହୋଟେଲ୍‌ରୁ ବ୍ରାଉନସୁଗର ଜବତ ହୋଇଛି ବୋଲି ଖବର ମଳିଛି । କଟକ-ସମ୍ବଲପୁର ରାସ୍ତା ଆଙ୍କୁଲାଠାରେ ଥିବା ଏକ ହୋଟେଲ୍‌ରେ ଚଢ଼ାଉ କରି ୧୭୫ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷରୁ ଅଧିକ ଟଙ୍କା ହେବ । ଏହି ଘଟଣାର ଏସଟିଏଫ୍ ହୋଟେଲ ମାଲିକଙ୍କ ସହ ଜଣେ କର୍ମଚାରୀଙ୍କୁ ଗିରଫ କରିଛି । ରାତି ପ୍ରାୟ ୧୨ଟା ସୁଦ୍ଧା ଏସ୍‌ଟିଏଫ୍ ଟିମ୍‌ ଥାନାରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଥିଲା । ତେବେ ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ଏ ନେଇ ଥାନାରେ ଅଭିଯୋଗ କରାଯାଇ ନ ଥିବା ଏବଂ ଜବତ ବ୍ରାଉନସୁଗାର ଓ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ଥାନା ଆଇଆଇସି ଜ୍ଞାନରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

pc pk
Leave A Reply

Your email address will not be published.