ବରଗଡ, (ମୁନ୍ନା ସାହୁ) : କିଛି ଦିନର ବ୍ୟବଧାନ ପରେ ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର । ବିଶେଷ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘୁଲିପାଲି ଛକରେ ସମ୍ବଲପୁର ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସ୍କୁଟିରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ସହରର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ପାଖରୁ ଗୋଟିଏ ସ୍କୁଟି, ୨ଟି ମୋବାଇଲ୍, ୧୪ ଶହ ଟଙ୍କା ଓ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ବରଗଡ଼ ଏସ୍ପି ପ୍ରହଲ୍ଲାଦ ସହାଇ ମୀନା । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ମଧ୍ୟ ରହିଥିବା ଜଣାପଡ଼ିଛି ।

Prev Post