oom

ଛତ୍ରପୁର ବିଜେଡି ଦଳୀୟ ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥିନୀଙ୍କ ନାମ ଘୋଷିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସବୁ ଦିଗରୁ ଫୋକସରେ ରହିଆସିଛି । ଚଳିତ ବର୍ଷ ହେବାକୁ ଥିବା ସାଧାରଣ ପୋୖରନିର୍ବାଚନ ଅବସରରେ ସିଧାସଳଖ ଭାବେ ଚେୟାରମ୍ୟାନ ପ୍ରାର୍ଥୀ ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଅନେକ ଆଗ୍ରହୀ ଅଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଅନେକ ଆଶାୟୀ ପ୍ରାର୍ଥୀ ବିଧାୟକଙ୍କ ନିକଟରେ ଆବେଦନ କରିଥିଲେ । ଯାହାକି ଅନେକଙ୍କ ମଧ୍ୟରେ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ବିଜୁବାବୁଙ୍କ ଜୟନ୍ତୀ ଦିବସ ଅବସରରେ ବିଜେଡି ନିଜ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବା ବ୍ୟକ୍ତିଙ୍କ ଦଳୀୟ ଟିକଟ ଘୋଷଣା କରିଛନ୍ତି । ଛତ୍ରପୁର ସହର ନିମନ୍ତେ ଚେୟାରମ୍ୟାନ ପଦବୀ ପାଇଁ ମହିଳା ପ୍ରାର୍ଥୀ ସଂରକ୍ଷଣ ଥିବା ବେଳେ ପୂର୍ବତନ ଚେୟାରମ୍ୟାନ ଟି.ଲକ୍ଷ୍ମୀଙ୍କ ପ୍ରତିଭା ସମ୍ମାନ ବ୍ୟକ୍ତିତ୍ୱ ରହିଥିବା ନେଇ ପୂର୍ବତନ କାଉନସିଲର ଟି.ଚନ୍ଦ୍ର ଶେଖର ରାଓଙ୍କ ଧର୍ମପତ୍ନୀ ଟି.ଲକ୍ଷ୍ମୀଙ୍କୁ ଚେୟାରମ୍ୟାନ ପାଇଁ ଟିକଟ ଘୋଷଣା କରାଯାଇଛି । ଆଜି ଛତ୍ରପୁର ସ୍ଥିତ ଲିସା-ଗ୍ୟାଲେକ୍ସି ଠାରେ ଏକ ସ୍ୱତନ୍ତ୍ର ପ୍ରେସ ମିଟ୍‌ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଉକ୍ତ ପ୍ରେସ ମିଟ୍‌ରେ ବିଜେଡି ଦଳୀୟ ପକ୍ଷରୁ ମନୋନୀତ ହୋଇଥିବା ଛତ୍ରପୁର ସହରର ୧୪ଟି ୱାର୍ଡର କାଉନସିଲର ମାନଙ୍କର ମଧ୍ୟ ନାମ ଘୋଷଣା କରାଯାଇଛି ।

ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ସହର ଓ ରମ୍ଭା ସହର ଚେୟାରମ୍ୟାନ ପଦବୀ ନିମନ୍ତେ ମଧ୍ୟ ମହିଳା ପ୍ରାର୍ଥୀଙ୍କ ସ୍ଥାନ ସଂରକ୍ଷଣ ଥିବା ଜଣାଯାଇଛି । ବିଜେଡି ପକ୍ଷରୁ ଆଜି ପ୍ରାର୍ଥିନୀଙ୍କ ନାମ ଓ ଟିକଟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଘୋଷଣା କରିଛନ୍ତି ବୋଲି ଆମ ପ୍ରତନିଧିଙ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ତେବେ ଗଞ୍ଜାମ ଏନ୍ଏସି ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ ଜୁଲି ପାତ୍ର ଏବଂ ରମ୍ଭା ଏନ୍ଏସି ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ କୁମାରୀ ବିଶ୍ୱାଳଙ୍କୁ ମନୋନୀତ କରାଯାଇ ଆନୁଷ୍ଠାନିକ ଭାବେ ଟିକଟ ଘୋଷଣା କରାଯାଇଛି ବୋଲି ଛତ୍ରପୁର ବିଧାୟକ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.