oom

ବଲାଙ୍ଗିର ସହରର ସର୍ବାଙ୍ଗୀନ ବିକାଶ ନାରା ନେଇ ବିଜେଡ଼ି ଲଢ଼ିବ ପୌର ପରିଷଦ ନିର୍ବାଚନ : କଳିକେଶ

jsmm
  • ଅଧ୍ୟକ୍ଷା ଓ ୨୧ କାଉନ୍‌ସିଲର୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସର୍ବାଙ୍ଗୀନ ବିକାଶ ନାରା ନେଇ ବିଜେଡ଼ି ପୌର ପରିଷଦ ନିର୍ବାଚନ ଲଢ଼ିବ ବୋଲି ପୂର୍ବତନ ସାଂସଦ ତଥା ବିଜେଡ଼ିର ଟାଣୁଆ କଳିକେଶ ନାରାୟଣ ସିଂହଦେଓ ସ୍ଥାନୀୟ ଶୈଳଶ୍ରୀ ପେଲେସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆଜି ଅପରାହ୍ନରେ ପୂର୍ବତନ ସାଂସଦ କଳିକେଶଙ୍କ ସହ ବିଜେଡ଼ି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଓ ପୌର ପରିଷଦର ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏହି ଅବସରରେ ଅଧ୍ୟକ୍ଷା ଓ ୨୧ କାଉନ୍‌ସିଲର୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଚଳିତ ପୌର ନିର୍ବାଚନରେ ବିଜେଡ଼ି ପକ୍ଷରୁ ଅଧ୍ୟକ୍ଷା ପଦବୀ ପାଇଁ ଶ୍ରୀମତୀ ଲିକା ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୱାର୍ଡ ନଂ.୧ରେ ସସ୍ମିତା ନନ୍ଦ, ୱାର୍ଡ ନଂ.୨ରେ ସରିତା ଦାଶ, ୱାର୍ଡ ନଂ.୩ରେ ଯଶୋବନ୍ତୀ ନାଗ, ୱାର୍ଡ ନଂ.୪ରେ ଅଶ୍ୱିନୀ କୁମାର ପୁଟେଲ, ୱାର୍ଡ ନଂ.୫ରେ ଲଲାଟେନ୍ଦୁ ପଟ୍ଟନାୟକ, ୱାର୍ଡ ନଂ.୬ରେ ପିଙ୍କି କବାଟ, ୱାର୍ଡ ନଂ.୭ରେ ଶମ୍ଭୁ ନାଗ, ୱାର୍ଡ ନଂ.୮ରେ ନନ୍ଦୀ ପୋଢ଼, ୱାର୍ଡ ନଂ.୯ରେ ପ୍ରେମଲତା ନାଏକ, ୱାର୍ଡ ନଂ.୧୦ରେ କିଶୋର କୁମାର କୁମ୍ଭାର, ୱାର୍ଡ ନଂ.୧୧ରେ ଜିତେନ୍ଦ୍ର ବଢ଼ିଆ, ୱାର୍ଡ ନଂ.୧୨ରେ ରୀତାରାଣୀ ସାହାଣୀ, ୱାର୍ଡ ନଂ.୧୩ରେ ଇସମତ୍‌ ଆରା ଖାନ, ୱାର୍ଡ ନଂ.୧୪ରେ ସଂଜୁଲତା ଦନ୍ତା, ୱାର୍ଡ ନଂ.୧୫ରେ ମହେନ୍ଦ୍ର ବାଗ, ୱାର୍ଡ ନଂ.୧୬ରେ ସନ୍ତୋଷିନୀ କୁଅଁର, ୱାର୍ଡ ନଂ.୧୭ରେ ପ୍ରତିମା ଛତ୍ରିଆ, ୱାର୍ଡ ନଂ.୧୮ରେ ଗଙ୍ଗାଧର ଚାନ୍ଦ, ୱାର୍ଡ ନଂ.୧୯ରେ ମନୋରଂଜନ ମହାକୁର, ୱାର୍ଡ ନଂ.୨୦ରେ ଗାୟତ୍ରୀ ଭୋଇ ଓ ୱାର୍ଡ ନଂ.୨୧ରେ ଶତ୍ରୁଘ୍ନ ବାଗ କାଉନ୍‌ସିଲର୍‌ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିବେ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.