ଧର୍ମପ୍ରାଣା ମହିଳା ଲଳିତା ଖୁଆସଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲପଡ଼ାର ଧର୍ମପ୍ରାଣା ମହିଳା ଲଳିତା ଖୁଆସ(୮୪)ଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ଟିକ୍ରାପଡାରେ ହେଉଥିବା ରାମଲୀଳାରେ ରାମଚନ୍ଦ୍ର ଭୂମିକାରେ ଅଭିନୟ କରୁଥିବା ସ୍ୱର୍ଗତ ଉପେନ୍ଦ୍ର ଖୁଆସଙ୍କର ଧର୍ମପତ୍ନୀ ଥିଲେ । ମୃତ୍ୟୁଶର୍ଯ୍ୟା ପାଖରେ ତାଙ୍କର ଦୁଇ ପୁଅ ଅରୁଣ ଓ କରୁଣା, ପୁତ୍ରବଧୂ ନିରୁପମା, ସୁନୀତା, ନାତି ସ୍ମାରକ ଉପସ୍ଥିତ ଥିଲେ । ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମସ୍ତ କର୍ମଚାରୀଙ୍କ ସମେତ ପଡ଼ାର ଓ ସହରର ବୁଦ୍ଧଜୀବୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.